ଖୋଲିଲା ହୀରାକୁଦ ଡ୍ୟାମ୍‌ର ୭ନଂ ଗେଟ୍‌: ନିଷ୍କାସିତ ହେଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର,୧୪।୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ବୁଧବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ଧାର୍ଯ୍ୟଲଗ୍ନ ଅନୁସାରେ ଅପରାହ୍ନ ୧୧ ଟା ୨୪ ମିନିଟରେ ଗୋଟିଏ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ହୋଇଛି । ପୂର୍ବାହ୍ନରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇ ୭ନଂ ସୁଇସ୍‌ ଗେଟ୍‌ ଖୋଲାଯାଇଛି। ଏହି ଅବସରରେ ଜିଲାପାଳ ଶୁଭମ ସକସେନା, ବିଭାଗୀୟ ଉଚ୍ଚ ଅଧିକାରୀ ଉପସ୍ଥିତ ରହିଥିଲେ। ଗୋଟିଏ ଗେଟରେ ପ୍ରାୟ ୧୭ହଜାର ୫ଶହ କ୍ୟୁସେକ ପାଣି ପ୍ରତି ସେକେଣ୍ଡରେ ନିଷ୍କାସନ ହେଉଥିବା ବିଭାଗୀୟ ପକ୍ଷରୁ ସୂଚନା ଦିଆଯାଇଛି। ହୀରାକୁଦ ଡ୍ୟାମ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ଥିବାରୁ ଗୋଟିଏ ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି ।

ପ୍ରକାଶଯୋଗ୍ୟ, ଜଳଭଣ୍ଡାର ଜଳସ୍ତରକୁ ଦୃଷ୍ଟିରେ ରଖି ଗେଟ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ତେବେ ହୀରାକୁଦରୁ ପାଣି ଛଡ଼ାଗଲେ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। ଏଣୁ ଡ୍ୟାମ୍‌ ତଳମୁଣ୍ଡରେ ବସବାସ କରୁଥିବା ଲୋକେ ସତର୍କ ରହିବାକୁ କୁହାଯାଇଛି।

Share