ହୀରାକୁଦ ଡ୍ୟାମ୍‌:୨୦ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର,  ୧୧-୯ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମରୁ ମଙ୍ଗଳବାର ୨୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଛି । ରାତି ୯ଟା ପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ ପ୍ରତି ସେକେଣ୍ଡରେ ୩ଲକ୍ଷ ୪୧ ହଜାର ୮୭୬ କ୍ୟୁସେକ ପାଣି ଡ୍ୟାମରୁ ନିଷ୍କାସନ ହେଉଛି। ପ୍ରତି ସେକେଣ୍ଡରେ ଡ୍ୟାମକୁ ୩ଲକ୍ଷ ୪୧ ହଜାର ୮୭୬ କ୍ୟୁସେକ ପାଣି ପ୍ରବେଶ କରୁଛି । ପାୱାର ଚ୍ୟାନେଲରେ ୧୮ ହଜାର ୪୮୭, ବିଭିନ୍ନ କେନାଲରେ ୧ହଜାର ୫୧୯ ଓ ଶିଳ୍ପକୁ ୧୭୦ କ୍ୟୁସେକ ଜଳ ଛଡା ଯାଉଛି। ତଳ ମୁଣ୍ଡ ବେଲଗାଁରେ ୩୫ ହଜାର ୨୦୦, ପର୍ଥଲାରେ ୧ଲକ୍ଷ ୨ ହଜାର ୯୨୩, ଖଇରମାଲରେ ୫ଲକ୍ଷ ୮ ହଜାର, ବଡ଼ମୂଳରେ ୫ଲକ୍ଷ ୨୦ ହଜାର ୫୦୦ ଓ ମୁଣ୍ଡଳିରେ ୬ଲକ୍ଷ ୫୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଡ୍ୟାମ ଉପର ମୁଣ୍ଡରେ ବର୍ଷା ଅଧିକ ପରିମାଣରେ ହୋଇଛି। ଡ୍ୟାମରେ ଜଳସ୍ତର ୬୨୫.୩୯ ଘନଫୁଟ ରହିଛି ବୋଲି ଡ୍ୟାମ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି। ବୁର୍ଲାରେ ୫.୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୧.୭ ମି.ମି. ବର୍ଷା ରେକର୍ଡ ହୋଇଛି।