Categories: ବାଣିଜ୍ୟ

ହୁଡ୍‌କୋ-ହାଉସିଂ ମନ୍ତ୍ରଣାଳୟର ଏମ୍‌ଓୟୁ

ନୂଆଦିଲ୍ଲୀ,୨୧।୧୦:ଚଳିତ ଆର୍ଥିକ ବର୍ଷ(୨୦୨୨-୨୩)ର ପ୍ରମୁଖ ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରିବା ଉଦ୍ଦେଶ୍ୟରେ ହୁଡ୍‌କୋ ଏବଂ କେନ୍ଦ୍ର ହାଉସିଂ ଓ ସହରାଞ୍ଚଳ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମନ୍ତ୍ରଣାଳୟର ସଚିବ ମନୋଜ ଜୋଷୀ ଏବଂ ହୁଡ୍‌କୋର ଅଧ୍ୟକ୍ଷ ତଥା ଏମ୍‌ଡି କାମରାନ ରିଜ୍‌ଭଙ୍କ ମଧ୍ୟରେ ଏମ୍‌ଓୟୁ ପତ୍ର ସ୍ବାକ୍ଷର ହୋଇଥିଲା। ଏହି ଅବସରରେ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ସୁରେନ୍ଦ୍ର କୁମାର ବାଗ୍‌ଡେ, ହୁଡ୍‌କୋର ନିର୍ଦ୍ଦେଶକ (କର୍ପୋରେଟ ପ୍ଲାନିଂ) ଏମ୍‌ .ନାଗରାଜ ଏବଂ ହୁଡ୍‌କୋର ନିର୍ଦ୍ଦେଶକ (ଅର୍ଥ) ଡି. ଗୁହାନ୍‌ ପ୍ରମୁଖ ଉପସ୍ଥିତ ଥିଲେ।

Share