ହୁତି ବିଦ୍ରୋହୀ ୨୯୦ ବନ୍ଦୀଙ୍କୁ ମୁକ୍ତ କଲେ

ସାନା,୧।୧୦: ୟେମେନ୍‌ରେ ହୁତି ବିଦ୍ରୋହୀମାନେ ୨୯୦ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ବିଦ୍ରୋହୀମାନେ ସ୍ଥାନୀୟ ଅଞ୍ଚଳରେ ମୁତୟନ ଥିବା ସୈନିକଙ୍କୁ ବନ୍ଦୀ କରିଥିଲେ। ତେବେ ବିଦ୍ରୋହୀମାନେ ଅନ୍ୟ କେତେକ ସୈନିକଙ୍କୁ ଏବେ ମଧ୍ୟ ବନ୍ଦୀ କରି ରଖିଛନ୍ତି। ଏନେଇ ଅନ୍ତର୍ଜାତୀୟ ରେଡକ୍ରସ୍‌ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ହୁତି ବିଦ୍ରୋହୀଙ୍କ ଆକ୍ରମଣରେ ୫ଶହରୁ ଅଧିକ ସୈନିକଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

Share