Categories: ଜାତୀୟ

‘ହୁନର ହାଟ’ରେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦।୨: ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁ ତାଙ୍କ ପତ୍ନୀ ଉଷାମ୍ମା ଦେବୀଙ୍କ ସହ ଗୁରୁବାର ଇଣ୍ଡିଆ ଗେଟରେ ଆୟୋଜିତ ହୋଇଥିବା ହସ୍ତଶିଳ୍ପ ମେଳା ‘ହୁନର ହାଟ’ ବୁଲି ଯାଇଥିବା ଦେଖାଯାଇଛି। ସେଠାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହସ୍ତଶିଳ୍ପ କାରିଗରଙ୍କ ସହ ମିଶିଛନ୍ତି। ଏ ସମ୍ପର୍କରେ ଉପ ରାଷ୍ଟ୍ରପତିଙ୍କ ଟୁଇଟର ମାଧ୍ୟମରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏହି ‘ହୁନର ହାଟ’ ବୁଲି ଯାଇଥିବା ବେଳେ ସେଠାରେ ସେ ହସ୍ତଶିଳ୍ପ କାରିଗରଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ସେଠାରେ ମୋଦି ବିହାରର ପ୍ରସିଦ୍ଧ ଲିଟି-ଚୋଖା ମଧ୍ୟ ଖାଇଥିଲେ।

Share