ହୁମ୍ମର ଗାଁ ରାସ୍ତା ନିର୍ମାଣ ନିମ୍ନମାନର: ପୁନଃ ନିର୍ମାଣ ନିର୍ଦ୍ଦେଶ ଦେଲେ ବିଡିଓ

ଛତ୍ରପୁର,୨୫ା୭(ଡି.ଏନ.ଏ)-ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତ ହୁମ୍ମର ଗାଁରେ ଅତି ନିମ୍ନମାନର କଂକ୍ରିଟ୍‌ ରାସ୍ତା ନିର୍ମାଣ ହେଉଥିବା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଗୁରୁବାର ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ ତାଙ୍କ ଷ୍ଟାଫଙ୍କ ସହ ସେଠାକୁ ଯାଇ ରାସ୍ତା ଦେଖିଥିଲେ ା ହୁମ୍ମର ଗାଁ ଜୟଦୁର୍ଗା ମନ୍ଦିର ଠାରୁ ଦୁର୍ଗା ଘାଇ ଶଙ୍ଖ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ଏହି ୯୨ ମିଟର କଂକ୍ରିଟ୍‌ ରାସ୍ତା ପାଇଁ ଗତ ଆର୍ଥିକ ବର୍ଷରେ ଗୋପବନ୍ଧୁ ଗ୍ରାମୀଣ ଯୋାଜନାରେ ୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ତେବେ ନିମ୍ନମାନର କାମ ହେଉଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ପାଇ ଗୁରୁବାର ବର୍ଷା ସତ୍ତ୍ୱେ ବିଡିଓ ଗାଁରେ ପହଞ୍ଚି ଶ୍ରମିକମାନଙ୍କ ଦ୍ୱାରା ରାସ୍ତାର ଗୋଟିଏ ସ୍ଥାନ ଖୋଳି ତଦନ୍ତ କରିଥିଲେ ା ସେଥିରୁ କାମ ନିମ୍ନମାନର ହୋଇଥିବା ସ୍ପଷ୍ଟ ଜଣାପଡିଥିଲା ା ତଦନ୍ତ ବେଳେ ଯନ୍ତ୍ରୀ ଜୟସେନ ବେହେରା ଉପସ୍ଥିତ ଥିଲେ। ଯୋଜନାର ଗାଇଡଲାଇନ୍‌ ଅନୁଯାୟୀ ରାସ୍ତା ନିର୍ମାଣ ହୋଇ ନ ଥିବାରୁ ୩ ଇଞ୍ଚ କଂକ୍ରିଟ୍‌ ପକାଇ ରାସ୍ତା କାମ ସାରିବାକୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି।

Share