ହୁମ୍ମା ଶୁଖୁଆ ହାଟରେ ମହିଳା ବ୍ୟବସାୟୀଙ୍କୁ ଶୋଷଣ

ଛତ୍ରପୁର,୨୧ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ହୁମ୍ମା ଶୁଖୁଆ ହାଟରେ ବ୍ୟବସାୟୀମାନଙ୍କୁ ପାନୁ ଆଦାୟ ନଁାରେ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କଲେ ଧମକ ଚମକଠାରୁ ଆରମ୍ଭ କରି ଶୁଖୁଆ କୁଣ୍ଡି ଫିଙ୍ଗି ଦିଆଯାଇଛି ା ଏପରିକି ୧୨ ତାରିଖରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ମାଡ ମରାଯାଇଛି ା ଏନେଇ ହୁମ୍ମା ଫାଣ୍ଡିରେ ଅଭିଯୋଗ କରାଯାଇ ଏତଲା ଦିଆଯାଇଛି। ତଥାପି ଶୋଷଣ କରାଯାଉଥିବା ସୋମବାର ଅପରାହ୍ନରେ ଛତ୍ରପୁର ଉପଜିଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିବା ବେଳେ ମହିଳା ବ୍ୟବସାୟୀମାନେ ଏହା କହିଛନ୍ତି ା
ଛତ୍ରପୁର ଉପଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରାଯାଇଛି । ଜିଲାର ହରିପୁର, ସାନ ଆର୍ଯ୍ୟପଲ୍ଲୀ, ବଡ ଆର୍ଯ୍ୟପଲ୍ଲୀ, ବଡ ନୋଳିଆନୂଅଗଁା, ସାନ ନୋଳିଆନୂଅଗଁା, ପ୍ରୟାଗୀ, କରଳବାଡି, କଣ୍ଟିିଆଗଡ, ପୋଡମପେଟା, ନୂଆ ବକ୍ସିପଲ୍ଲୀ, ଗୋପାଳପୁର, ଗୋଖରକୁଦା, ବନ୍ଦର, ସୋପୁର, ମାର୍କଣ୍ଡି, ଗାରମାପେଟା ଓ ଗୋଳାବନ୍ଧ ପ୍ରମୁଖ ୨୭ଗଁା ସମୁଦ୍ର କୂଳ ନିକଟରେ ଅବସ୍ଥିତ। ଉକ୍ତ ଗଁାର ନୋଳିଆମାନେ ସମୁଦ୍ରକୁ ଯାଇ ମାଛ ମାରି ଆଣିଥାନ୍ତିି। ଏହାପରେ ନୋଳିଆଙ୍କ ସ୍ତ୍ରୀମାନେ ଏଥିରେ ଲୁଣ ମିଶାଇ ଶୁଖାଇଥାନ୍ତି। ଏହାପରେ ପ୍ରସ୍ତୁତ ଶୁଖୁଆକୁ ହୁମ୍ମା ହାଟକୁ ମହିଳା ବ୍ୟବସାୟୀମାନେ ନେଇ ବିକ୍ରି କରିଥାନ୍ତି ା ଶନିବାର ରାତିରେ ଏମାନେ ଶୁଖୁଆ ଧରି ସେଠାକୁ ଯାଇଥାନ୍ତିି ା
ରବିବାର ଅପରାହ୍ନରେ ବ୍ୟବସାୟ ସାରି ଘରକୁ ଫେରନ୍ତି ା ଉକ୍ତ ହାଟକୁ ରାଜ୍ୟର ବିଭିନ୍ନ ଜିଲା ତଥା ଗଞ୍ଜାମ ଜିଲାର ବଡ ଓ ଛୋଟ ବ୍ୟବସାୟୀମାନେ ଯାଇ ଶୁଖୁଆ କିଣି ନେଇ ସେମାନଙ୍କ ସ୍ଥାନରେ ବିକ୍ରି କରିଥାନ୍ତି ା ଏଥିପାଇଁ ସେଠାକୁ ପିକ୍‌ଅପ୍‌ ଭ୍ୟାନ୍‌ଠାରୁ ଆରମ୍ଭ କରି ଟ୍ରକ୍‌ ମଧ୍ୟ ଯାଇଥାଏ ା ମାତ୍ର ଉକ୍ତ ମହିଳା ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସେଠାକୁ ଶୁଖୁଆ କିଣିବାକୁ ଆସୁଥିବା ବ୍ୟବସାୟୀ ଏବଂ ଗାଡି ମାଲିକଙ୍କଠାରୁ ଚଢାଦରରେ ପାନୁ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି ା ଏହାର ପ୍ରତିବାଦ କଲେ ବିକ୍ରି କରିବାକୁ ଦିଆଯାଉନି ବୋଲି ଧମକ ଦିଆଯାଉଛି। ଏପରିକି ସେମାନଙ୍କ କହିବାନୁସାରେ, ଶନିବାର ରାତିରେ ଯାଇଥିଲେ ହେଁ ରବିବାର ଅପରାହ୍ନରେ ଶୁଖୁଆ ଓଜନ କରିବାକୁ ଅନୁମତି ଦିଆଯାଉ ନ ଥିବା ମହିଳା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତିି ା ସରକାରୀ ନିୟମରେ ପାନୁ ଆଦାୟ କରିବାକୁ ନିର୍ଦ୍ଦେଶ ଦେବାକୁ ଉପଜିଲାପାଳଙ୍କ ନିକଟରେ ଅନୁରୋଧ କରାଯାଇଛି ା ପ୍ରତି ଶୁଖୁଆ କୁଣ୍ଡି ପିଛା ୨୦୦ ଟଙ୍କା, ପିକଅପ୍‌ ଭ୍ୟାନ୍‌ ପାଇଁ ୫ ହଜାର ଟଙ୍କା ପାନୁ ଆଦାୟ କରାଯାଉଛି। ଏଥିସହ ଉକ୍ତ ଜାଗାରେ ଶୁଖୁଆ ବିକ୍ରି ପାଇଁ ବାର୍ଷିକ ୨ ହଜାର ଟଙ୍କା ମଧ୍ୟ ଆଦାୟ କରାଯାଉଥିବା ମହିଳା ବ୍ୟବସାୟୀମାନେ କହିଛନ୍ତି ା ପାନୁ ଆଦାୟ କରୁଥିବା ୧୦ ଜଣ ବ୍ୟକ୍ତି ହତ୍ୟା ଧମକ, ଠେଲାପେଲା, ମାଡ ମାରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିବା ଏମାନେ ଅଭିଯୋଗ କରୁଛନ୍ତି ା ଏପରକି ସେଠାକୁ ଶୁଖୁଆ କିଣିବାକୁ ଆସୁଥିବା ଲୋକଙ୍କଠାରୁ ମଧ୍ୟ ପାନୁ ଆଦାୟ କରାଯାଉଛି ା

Share