ହୃଦ୍‌ଜନିତ ସମସ୍ୟାଠାରୁ ବି ଦୂରେଇ ରଖେ ଅମୃତଭଣ୍ଡା

ଶରୀର ପାଇଁ ଅମୃତଭଣ୍ଡା ବେଶ୍‌ ଉପକାରୀ। ବାଡିବଗିଚାରେ ମଧ୍ୟ ଏହା ସହଜରେ ମିଳିଥାଏ। କଞ୍ଚା ହେଉ ବା ପାଚିଲା ଉଭୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ ଏ, ବି, ସି ଓ ଫାଇବର ଭରପୁର ମାତ୍ରାରେ ଥାଏ। କଞ୍ଚା ଅମୃତଭଣ୍ଡାରେ ଫାଇବର ଭରି ଥିବାରୁ ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର  ସହ ପାଚନ ପ୍ରକ୍ରିୟାକୁ ସଠିକ କରିଥାଏ। ହୃଦ୍‌ଜନିତ ସମସ୍ୟାର ସୁଧାର ପାଇଁ ଅମୃତଭଣ୍ଡା ଲାଭଦାୟକ। ଏହା ଆଖି ପାଇଁ ମଧ୍ୟ ବେଶ ଉପକାରୀ। ଏଥିରେ ଥିବା ଭିଟାମିନ ଏ’ ଓ ସି’ ଆଖିକୁ ସୁସ୍ଥ ରଖିଥାଏ। ଅମୃତଭଣ୍ଡା ଖାଇଲେ ଗଣ୍ଠି ଦରଜରୁ ମଧ୍ୟ ଉପଶମ ମିଳିଥାଏ। ତେଣୁ ବୟସ୍କ ଲୋକ ଅମୃତଭଣ୍ଡା ଖାଇବା ଆବଶ୍ୟକ। ପୁଣି ଏହାକୁ ନିୟମିତ ଖାଇଲେ ତ୍ୱଚାରେ ବ୍ରଣ ସମସ୍ୟା ଦୂର ହେବାସହ ତ୍ୱଚା ଉଜ୍ଜ୍ୱଳ ଦିଶେ।