Categories: ଗଞ୍ଜାମ

ହୃଦ୍‌ଘାତରେ ଓଡ଼ିଆ ଯବାନଙ୍କ ପରଲୋକ: ଶେଷ ସମ୍ମାନ ଜଣାଇଲେ ଆର୍ମି ଏଡି କଲେଜ ଯବାନ

ଗୋପାଳପୁର,୨୫ା୬: ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ଜଣେ ଓଡ଼ିଆ ଯବାନଙ୍କ ରବିବାର ସକାଳେ ହୃତ୍‌ଘାତରେ ପରଲୋକ ଘଟିଛି। ସେ ହେଲେ ଗୋପାଳପୁର ଥାନା କରାପଲ୍ଲୀ ଗ୍ରାମର ପି. ରାମାରାଓ ରେଡ୍ଡୀ (୪୨)। ରାମାରାଓ ମହାରାଷ୍ଟ୍ର ପୁନେର ପୁଲଗାଁଓ ସିଏଡିରେ କାର୍ଯ୍ୟ କରୁଥିଲେ। ସୋମବାର ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚତ୍ବାପରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜର ୧୮ ଜଣ ଯବାନ ଏଥିରେ ଶୋଭାଯାତ୍ରାରେ ସାମିଲ ହୋଇ ଗାର୍ଡ ଅଫ ଅନର ସହ ଶେଷ ସମ୍ମାନ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ରାମାରାଓ ପୁନେ ପୁଲଗାଁଓରେ କାର୍ଯ୍ୟ କରୁଥିଲେ। ଶନିବାର ଡ୍ୟୁଟି ସାରି କ୍ୱାର୍ଟରକୁ ଆସି ଖାଇସାରି ଶୋଇଥିଲେ। ରବିବାର ସକାଳୁ ନ ଉଠିବାରୁ ସହକର୍ମୀମାନେ ତାଙ୍କୁ ଉଦ୍ଧାର କରି ସେନା ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ରାମାରାଓଙ୍କୁ ମୃତ ଘୋଷଣା କରିଥିଲେ। ସେ ୧୯୯୬ ମସିହାରେ ଭାରତୀୟ ସେନା ବାହିନୀରେ ଯୋଗ ଦେଇଥିଲେ।