ହୃଦ୍‌ଘାତରେ କଏଦୀ ମୃତ

ବ୍ରହ୍ମପୁର ଅଫିସ,୧୪।୯: ପତ୍ନୀହନ୍ତା ମାମଲାରେ ଅଭିଯୁକ୍ତ ଭାବେ ଗଞ୍ଜାମ ଜିଲା ମଣ୍ଡଳକାରାଗାରରେ ଥିବା ଜଣେ କଏଦୀଙ୍କର ଶନିବାର ଭୋରରେ ମୃତ୍ୟୁ ଘଟିଛି। ସେ ହେଲେ ନିର୍ମଳ ସାହୁ (୩୫)। ତାଙ୍କ ଘର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଦୁର୍ବନ୍ଧ ଡେରା ସାହିରେ ବୋଲି ଜଣାପଡ଼ିଛି।
ଶନିବାର ଭୋରରେ ନକୁଳ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ପୋଲିସ ମୃତଦେହ ଜବତକରି ୪୮୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ପ୍ରକାଶ ଯେ, ୨୦୧୪ ମସିହାରେ ନକୁଳ କୌଣସି କାରଣକୁ କେନ୍ଦ୍ରକରି ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ହିଞ୍ଜିଳିକାଟୁ ପୋଲିସ ତାଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ଉପଯୁକ୍ତ ପ୍ରମାଣକୁ ଆଧାରକରି ନକୁଳଙ୍କୁ ୨୦୧୫ ସେପ୍ଟେମ୍ବର ୧୯ରେ ଦୋଷୀ ସାବ୍ୟସ୍ତକରି କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।