Categories: ଖେଳ

ହୃଦ୍‌ଘାତର ସମ୍ମୁଖୀନ ହୋଇପାରନ୍ତି ୨୦୨୦ ଅଲିମ୍ପିକ୍ସରେ ଆଥ୍‌ଲେଟ

ଟୋକିଓ,୧୩।୯(ଏଏଫ୍‌ପି): ଟୋକିଓ ୨୦୨୦ ଅଲିମ୍ପିକ୍ସ ଗ୍ରୀଷ୍ମଋତୁରେ ଆୟୋଜନ ହେବାକୁ ଯାଉଛି। ବର୍ତ୍ତମାନ ଦେଶରେ ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଚାଲିଥିବାରୁ ସମାନ ପରିସ୍ଥିତି ଅଲିମ୍ପିକ୍ସରେ ମଧ୍ୟ ଦେଖାଦେବା ନେଇ ସମ୍ଭାବନା ରହିଛି। ଏହି କାର୍ଯ୍ୟସୂଚୀକୁ ଜାପାନର ଅନ୍ୟତମ ଟପ ଡାକ୍ତର ସମାଲୋଚନା କରିଛନ୍ତି। ଅଲିମ୍ପିକ୍ସବେଳେ ହୃଦ୍‌ଘାତର ବିଶେଷ ସମ୍ଭାବନା ଥିବା ସେ କହିଛନ୍ତି। ଜାପାନ ମେଡିକାଲ ଆସୋସିଏଶନର କାର୍ଯ୍ୟକାରୀ ସଦସ୍ୟ କିମିୟୁକି ନାଗାଶିମା ଏକ ସାକ୍ଷାତ୍‌କାରରେ କହିଛନ୍ତି, କେବଳ ଗ୍ରଷ୍ମ ପ୍ରବାହ ନୁହେଁ। ବହୁ ଦେଶର ପ୍ରଶଂସକମାନେ ଟୋକିଓଠାରେ ଏକାଠି ହେବାକୁ ଯାଉଛନ୍ତି। ଏଣୁ ବିଭିନ୍ନ ପ୍ରକାର ଡିଆଁରୋଗ ହେବାର ମଧ୍ୟ ସମ୍ଭାବନା ରହିଛି। ଦେଶର ଛୁଆଙ୍କ ଭଳି ସଭିଙ୍କୁ ଟିକା ଦିଆଯାଇ ନାହିଁ। ମୋ ମତରେ କ୍ରୀଡ଼ା ଇଭେଣ୍ଟ ଭଲ ପରିବେଶରେ ହେବା ଉଚିତ। ନିର୍ଦ୍ଧାରିତ ସମୟକୁ ଧ୍ୟାନରେ ରଖିଲେ ଜାପାନ ଅଲିମ୍ପିକ୍ସ ଆୟୋଜନ କରିବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

Share