ଲଣ୍ଡନ,୨୦।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଜଟିଳ ହୃଦରୋରେ ପୀଡ଼ିତ ବୋଲି ଜଣାପଡିଛି। ଏବେ ସେ ଲଣ୍ଡନରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଚିକିତ୍ସକ ଡାକ୍ତର ଅଦନାନ ଖାଁ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ପ୍ରଥମରୁ ଶରିଫଙ୍କର ରକ୍ତରେ ପ୍ଲେଟଲେଟ କାଉଣ୍ଟ କମ୍ ଥିବା ବେଳେ ଏବେ ଜଟିଳ ହୃଦରୋଗରେ ପୀଡ଼ିତ ଥିବାରୁ ତାଙ୍କର ଆଉକିଛି ପରୀକ୍ଷା କରାଯିବ ବୋଲି ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ, ଶରିଫ ଗତ ନଭେମ୍ବରରୁ ଉନ୍ନତ ଚିକିତ୍ସା ଲାଗି ଲଣ୍ଡନ ଯାଇଛନ୍ତି। ଭ୍ରଷ୍ଟାଚାର ମାମଲାରେ ଜେଲ୍ରେ ସଜା କାଟୁଥିବା ଶରିଫଙ୍କ ସ୍ବାସ୍ଥ୍ୟରେ ଅବନତି ହେବାରୁ ଇସ୍ଲାମାବାଦ କୋର୍ଟ ତାଙ୍କୁ ଚିକିତ୍ସା ଲାଗି ଜାମିନ ପ୍ରଦାନ କରିଥିଲେ।