ହୃଦ୍‌ରୋଗୀଙ୍କୁ ଏସବୁ ଖାଇବା ମନା

ଆଜିକାଲି ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁ ଅନେକ ମାରାତ୍ମକ ରୋଗର ଶିକାର ହେବାକୁ ପଡୁଛି। ସବୁଠୁ ମାରାତ୍ମକ ହୃ୍‌ଦ୍‌ରୋଗ। କାରଣ ଏହା ହଠାତ୍‌ ରୋଗୀର ଜୀବନ ନେଇଯାଇଥାଏ। ତେବେ ହୃଦ୍‌ରୋଗୀମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ । ବିଶେଷକରି ୩ଟି ଦ୍ରବ୍ୟଠାରୁ ଦୂରେଇ ରହିବା ଉଚିତ୍‌ ବୋଲି ଆମେରିକାର ଗବେଷକମାନେ ଏକ ଗବେଷଣା କରି କହିଛନ୍ତି।

ଅତ୍ୟଧିକ ଚିନିର ବ୍ୟବହାର:


ହୃଦ୍‌ରୋଗୀଙ୍କ ପାଇଁ ଅତ୍ୟଧିକ ଚିନି ହାନିକାରକ। ଚିନି ପରିବର୍ତ୍ତେ ଗୁଡ଼ର ବ୍ୟବହାର କରିପାରିବେ। ଗୁଡ଼ ପେଟ ଥଣ୍ଡା କରିବା ସହ ଶରୀରରେ ରକ୍ତ ସଂଚାଳନକୁ ମଧ୍ୟ ଠିକ୍‌ ରଖିଥାଏ।

ମଇଦା:


ହୃଦ୍‌ରୋଗୀଙ୍କ ପାଇଁ ମଇଦା ସବୁଠୁ ମାରାତ୍ମକ। କାରଣ ଖାଦ୍ୟରେ ମଇଦାର ଅଧିକ ବ୍ୟବହାର ଦ୍ବାରା ଶରୀରରେ କୋଲେଷ୍ଟରଲ ମାତ୍ରା ବୃଦ୍ଧି ପାଇଥାଏ। ଫଳରେ ଶରୀରରେ ମୋଟାପଣ ଦେଖାଦିଏ। ଯାହା ଧମନୀର ରାସ୍ତାକୁ ବନ୍ଦ କରିଦିଏ। ଫଳରେ ହୃଦ୍‌ଘାତ ଆଶଙ୍କା ଦେଖାଦେଇଥାଏ।

ମାତ୍ରାଧିକ ଲୁଣ ଖାଇବା:

ମାତ୍ରାଧିକ ଲୁଣ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୋଇଥାଏ। ଯାହାଦ୍ୱାରା ହୃଦ୍‌ଘାତ ହେବାର ସମ୍ଭାବନା ବହୁ ଗୁଣ ବଢ଼ିଯାଇଥାଏ। ଏହାବ୍ୟତୀତ ଅଧିକ ଲୁଣ ଖାଇଲେ ବୃକକ୍‌ରେ ସମସ୍ୟା ଦେଖାଦେଇଥାଏ।