Categories: ଜାତୀୟ

ହୃଦ୍‌ରୋଗୀଙ୍କ ପାଖରେ ଔଷଧ ପହଞ୍ଚାଇଲା ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ,୩୦ା୪: ଜଣେ ହୃଦ୍‌ରୋଗୀଙ୍କ ଜୀବନ ବଞ୍ଚାଇବା ଲାଗି ଭାରତୀୟ ରେଲଓ୍ବେ ସ୍ବତନ୍ତ୍ର ପାର୍ସଲ ଟ୍ରେନ୍‌ରେ ଜରୁରୀ ଔଷଧ ପଠାଇବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଟ୍ରେନ୍‌ରେ ମୁମ୍ବାଇରୁ ଚିପ୍‌ଲୁନ୍‌କୁ ଔଷଧ ପଠାଯାଇଥିବା ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ରେଲଓ୍ବେ ପାର୍ସଲ ଅଫିସ ବିଖ୍ରୋଲିରୁ ଔଷଧ ସଂଗ୍ରହ କରି ଏହାକୁ ଓଖା-ଏର୍ନାକୁଲମ ଟ୍ରେନ୍‌ରେ ପଠାଇଥିଲା। ଏହି ଟ୍ରେନ୍‌ରେ ଚିପ୍‌ଲନରେ ରହିବା ବ୍ୟବସ୍ଥା ନ ଥିବାରୁ ରେଲଓ୍ବେ କର୍ତ୍ତୃପକ୍ଷ କୋଙ୍କଣ ଅଧିକାରୀଙ୍କ ସହ କଥା ହୋଇ ପାର୍ସଲ ପହଞ୍ଚାଇବା ଲାଗି ସ୍ବଳ୍ପ ସମୟ ଅଟକିବାକୁ ଅନୁରୋଧ କରିଥିଲେ। ଉକ୍ତ ଔଷଧ ପାର୍ସଲ ଚୁପ୍‌ଉୁନ୍‌ ଷ୍ଟେଶନ ମାଷ୍ଟରଙ୍କୁ ହସ୍ତାନ୍ତର କରାଯାଇଥିଲା।

Share