ହୃଦୟରୁ ଧନ୍ୟବାଦ ହେଲେ ଅକ୍ଷୟ

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ଦେଶ ଲଢୁଥିବା ବେଳେ ବଲିଉଡ୍‌ ମଧ୍ୟ ଏ ଦିଗରେ ସହଯୋଗର ହାତ ବଢାଇଛି। ଦେଶ ଲକ୍‌ଡାଉନ୍‌ ଥିବା ସମୟରେ ଯେଉଁମାନେ ଜରୁରୀ କାଳୀନ ସେବା ଯୋଗାଉଛନ୍ତି ସେମାନଙ୍କୁ ଅକ୍ଷୟ ହୃଦୟରୁ ଧନ୍ୟବାଦ ଜଣାଇଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ଶେୟାର କରିଥିବା ଏକ ଭିଡ଼ିଓ ମାଧ୍ୟମରେ ୫୨ ବର୍ଷୀୟ ଅଭିନେତା ଅକ୍ଷୟ ବୁଧବାର ମୁମ୍ବାଇ ପୋଲିସ ସହ କଥା ହେଉଥିବା ଦେଖାଯାଇଛି। ଅବଶ୍ୟ ଭଭୟ ଭଲ ବନ୍ଧୁ ବୋଲି ଜଣାପଡିଛି। ୨ ମିନିଟ୍‌ ୧୨ ସେକେଣ୍ଡର ଏହି ଭିଡିଓ ମାଧ୍ୟମରେ ସେ ଲକ୍‌ଡାଉନ୍‌ ଥିବା ସମୟରେ ଯେଉଁମାନେ ଜରୁରୀ କାଳୀନ ସେବା ଯୋଗାଉଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share