Categories: ଖେଳ

ହୃଦୟ ଜିତିଲା କୈଫଙ୍କ ଭିଡିଓ

ନୂଆଦିଲ୍ଲୀ,୧୩।୧(ପି.ଟି.)- ଦେଶରେ କ୍ରିକେଟ କେବଳ ଏକ କ୍ରୀଡ଼ା ନୁହେଁ, ଏହା ଏକ ଧର୍ମ। ଦେଶର ପ୍ରତ୍ୟେକ ବର୍ଗ, ଜାତି, ଧର୍ମ, ଶ୍ରେଣୀରେ କ୍ରିକେଟ ପ୍ରେମି ରହିଛନ୍ତି। ପ୍ରତ୍ୟେକ ଛୁଆମାନଙ୍କ ଇଚ୍ଛା ଦିନେ ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବା। ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ସୋମବାର ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଦର୍ଶାଉଛି ଦେଶରେ କ୍ରିକେଟର ଲୋକପ୍ରିତା। ୨୭ ସେକେଣ୍ଡର ଭିଡିଓରେ ଜଣେ ଦୁଇରୁ ୩ ବର୍ଷର ଛୋଟ ଛୁଆ ବ୍ୟାଟିଂ କରୁଥିବାବେଳେ ତା ମା’ ବଲ ପକାଉଛନ୍ତି। ବ୍ୟସ୍ତବହୁଳ ରାସ୍ତାରେ ପ୍ଲାଷ୍ଟିକ ବଲରେ ଖେଳାଯାଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହାର କ୍ୟାପଶନରେ ଲେଖିଛନ୍ତି, ମା ବୋଲିଂ କରୁଥିବାବେଳେ ଛୁଆ ବ୍ୟାଟିଂ କରୁଛି। ଗୋଟିଏ ଶଦ୍ଧରେ ଏହାକୁ ଅତିସୁନ୍ଦର ବୋଲି କୁହାଯାଇପାରିବ। ଏହି ଭିଡିଓକୁ ୪ ହଜାରରୁ ଅଧିକ ଭ୍ୟୁୟର୍ସ ପସନ୍ଦ କରିସାରିଛନ୍ତି।

Share