ହୃଷୀକେଶ ପଣ୍ଡା ଆଦିବାସୀ ମନ୍ତ୍ରଣାଳୟ ଏକ୍ସପର୍ଟ ପ୍ୟାନେଲ ମୁଖ୍ୟ

ଭୁବନେଶ୍ୱର,୯।୩(ବ୍ୟୁରୋ): ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଚାକିରିରୁ ଅବସର ଗ୍ରହଣ କରିଥିବା ଓଡ଼ିଆ ଅଫିସର ହୃଷୀକେଶ ପଣ୍ଡାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଦାୟିତ୍ୱ ମିଳିଛି। ହୃଷୀକେଶଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ମନ୍ତ୍ରଣାଳୟ ଏକ୍ସପର୍ଟ ପ୍ୟାନେଲ ମୁଖ୍ୟ ଭାବେ ନିଆଯାଇଛି। ଏହି ପ୍ୟାନେଲ ଜଙ୍ଗଲ ଅଧିକାର ଆଇନର ବିଭିନ୍ନ ଦିଗ ଉପରେ ତର୍ଜମା କରିବ ବୋଲି ଜଣାପଡିଛି। ଏହି ପ୍ୟାନେଲ ତିନି ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ। ମୂଳ ନିୟମରେ ଆବଶ୍ୟକ ପରିବର୍ତ୍ତନ ପାଇଁ ଗଠନଧର୍ମୀ ପ୍ରସ୍ତାବ ମଧ୍ୟ ପ୍ୟାନେଲ ଦେବ। ସେହିଭଳି ପର୍ଟିକୁଲାର୍‌ଲି ଭନରେବଲ ଟ୍ରାଇବାଲ ଗ୍ରୁପ(ପିଭିଟିଜି) ବର୍ଗର ଜଙ୍ଗଲ ଅଧିକାର, ଯାଯାବର ଜୀବନଯାପନ କରୁଥିବା ଏବଂ ଖାଦ୍ୟ ସରିଗଲେ ଅନ୍ୟତ୍ର ସ୍ଥାନ୍ତାନ୍ତରିତ ହେଉଥିବା ସମ୍ପ୍ରଦାୟଙ୍କ ସମସ୍ୟା, ତାହାର ସମାଧାନ ଏବଂ ଅଧିକାର ଉପରେ ପ୍ୟାନେଲ କାର୍ଯ୍ୟ କରିବ।

Share