ହେଟେଲରେ ବଙ୍ଗୀୟ ଯୁବତୀଙ୍କୁ ମାରପିଟ୍‌, ୨ ଅଟକ

କଟକ ରୋଡ୍‌,୧୭।୧୨(ଡି.ଏନ୍‌.ଏ.): ରାଜଧାନୀର ଏକ ହୋଟେଲରେ ମଙ୍ଗଳବାର ଜଣେ ବଙ୍ଗୀୟ ଯୁବତୀଙ୍କୁ ଅସଦାଚରଣ ସହ ମାରପିଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

ତେବେ ସମ୍ପୃକ୍ତ ଯୁବତୀଙ୍କ ଘର କଲିକତାରେ। ସେ ସକାଳେ ଟ୍ରେନ୍‌ ଯୋଗେ ଆସି ଲକ୍ଷ୍ମୀସାଗର ଥାନା ଅଧୀନ ପୁରୁଣା ଷ୍ଟେଶନ ବଜାର ଛକ ନିକଟରେ ଥିବା ଏକ ହୋଟେଲରେ ରହିଥିଲେ। ସେଠାରେ କୌଣସି କାରଣବଶତଃ ଯୁବତୀଙ୍କ ସହ ହୋଟେଲର ଅନ୍ୟ କର୍ମଚାରୀଙ୍କ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ୨ କର୍ମଚାରୀ ଯୁବତୀଙ୍କୁ ମାଡ଼ ମାରିବା ସହ ଅସଦାଚରଣ କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଉକ୍ତ କର୍ମଚାରୀଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Share