Categories: ଖେଳ

ହେନେରିକ୍ସ ଆହତ

ମୋହଲି,୧୭।୪(ପି.ଟି.)- ଅଷ୍ଟ୍ରେଲିଆ ଅଲରାଉଣ୍ଡର ମୋଇସେସ୍‌ ହେନେରିକ୍ସ ଇଞ୍ଜୁରିର ଶିକାର ହୋଇଛନ୍ତି। ଫଳରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ତାଙ୍କର ପଦାର୍ପଣ ବିଳମ୍ବିତ ହୋଇଛି। ସେ ଗୋଇଠିରେ ଆଘାତ ପାଇଛନ୍ତି। ମଙ୍ଗଳବାର ସେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ମ୍ୟାଚ ଖେଳିଥନ୍ତେ। ହେନେରିକ୍ସ ପୂର୍ବରୁ ଆଇପିଏଲ୍‌ରେ ୫ଟି ଦଳ ପାଇଁ ଖେଳିସାରିଛନ୍ତି। ୩୨ ବର୍ଷୀୟ ହେନେରିକ୍ସ ପୁର୍ବରୁ ଦିଲ୍ଲୀ ଡେୟାର ଡେଭିଲ୍ସ, କୋଲକାତା ନାଇଟ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ ରାଇଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲ ଖେଳିଛନ୍ତି। ଆହତ ହେବା କାରଣରୁ ହେନେରିକ୍ସଙ୍କ ବଦଳରେ ଡେଭିଡ ମିଲରଙ୍କୁ ଅନ୍ତିମ ଏକାଦଶରେ ସାମିଲ କରାଯାଇଛି।

Share