Posted inଖେଳ

ହେପ୍‌ଟାଥଲନ ସ୍ବପ୍ନାଙ୍କୁ ରୌପ୍ୟ, ପୂର୍ଣ୍ଣିମା ପଞ୍ଚମ

ଦୋହା, ୨୪।୪-ଦୋହାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ହେପ୍‌ଟାଥଲନ ଇଭେଣ୍ଟରେ ଭାରତର ସ୍ବପ୍ନା ବର୍ମନ ରୌପ୍ୟ ପଦକ ପାଇଛନ୍ତି। ଏଥିରେ ଭାଗ ନେଇଥିବା ଓଡ଼ିଶାର ପୂର୍ଣ୍ଣିମା ହେମ୍ବ୍ରମ ୫ମ ସ୍ଥାନ ପାଇଛନ୍ତି। ତୃତୀୟ ଦିବସରେ ଅନୁଷ୍ଠିତ ୮୦୦ ମିଟରରେ ସ୍ବପ୍ନା ୨:୨୦.୨୪ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ସହ ୮୨୦ ପଏଣ୍ଟ ପାଇଥିଲେ। ପୂର୍ଣ୍ଣିମା ୨:୨୮.୪୮ ସେକେଣ୍ଡ ସମୟ ନେଇ ୭୧୨ ପଏଣ୍ଟ ପାଇଥିଲେ। ଫଳରେ ୭ ଇଭେଣ୍ଟ ବିଶିଷ୍ଟ ପ୍ରତିଯୋଗିତାରେ ସ୍ବପ୍ନା ୫୯୯୩ ପଏଣ୍ଟ ସହ ରୌପ୍ୟ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ପୂର୍ଣ୍ଣିମା ୫୫୨୮ ପଏଣ୍ଟ ପାଇ ୫ମସ୍ଥାନ ଅଧିକାର କରିଥିଲେ। ପୂର୍ବରୁ ଅନୁଷ୍ଠିତ ଲଙ୍ଗଜମ୍ପରେ ସ୍ବପ୍ନା ୬.୦୧ ମିଟର କ୍ଲିୟର କରି ୮୫୩ ପଏଣ୍ଟ ପାଇଥିଲେ। ପୂର୍ଣ୍ଣିମା ୫.୯୯ ମିଟର ସହ ୮୪୬ ପଏଣ୍ଟ ହାସଲ କରିଥିଲେ। ଜାଭେଲିନ୍‌ ଥ୍ରୋରେ ସ୍ବପ୍ନା ୪୬.୮୩ ମିଟର ସହ ୭୯୯ ଏବଂ ପୂର୍ଣ୍ଣିମା ୩୯.୭୦ ମିଟର ସହ ୬୬୨ ପଏଣ୍ଟ ହାସଲ କରିଥିଲେ। ପ୍ରକାଶ ଯୋଗ୍ୟ ଯେ ସୋମବାର ହେପ୍‌ଟାଥଲନର ୪ ଇଭେଣ୍ଟ ପରେ ସ୍ବପ୍ନା ୩୫୨୧ ପଏଣ୍ଟ ସହିତ ୩ୟ ଓ ପୂର୍ଣ୍ଣିମା ୩୩୦୮ ପଏଣ୍ଟ ସହ ୫ମ ସ୍ଥାନରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରଙ୍ଗରେ ଭିଜିଲେ ବିଦେଶୀ କ୍ରିକେଟର: IPL ତାରକା ଖେଳିଲେ ହୋଲି

ନୂଆଦିଲ୍ଲୀ,୧୪।୪: IPL 2025ର ୧୮ତମ ସିଜିନର ବିଗୁଲ ବାଜିସାରିଛି। ସମସ୍ତ ଦଳର ଖେଳାଳି ନିଜ ନିଜ ଘରୋଇ ପଡ଼ିଆରେ କଠିନ ଅଭ୍ୟାସ କରୁଛନ୍ତି। ହେଲେ ଆଜି...

କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କୁ ଭେଟିଲେ କମଲେଶ

ଭୁବନେଶ୍ୱର,୧୪ା୩: ଅର୍ଜୁନ ପୁରସ୍କାର ବିଜେତା ଓ ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ କମଲେଶ ମେହେତା ଗୁରୁବାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ...

IPL 2025 ପାଇଁ ୧୦ ଦଳର ଅଧିନାୟକ ଫାଇନାଲ: ନୂଆ କ୍ୟାପଟେନ୍‌ ସହିତ ମଇଦାନକୁ ଓହ୍ଲାଇବେ ୫ ଦଳ

ନୂଆଦିଲ୍ଲୀ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନର ବିଗୁଲ ବାଜିସାରିଛି। ଆଗାମୀ ସିଜିନ ପାଇଁ ସମସ୍ତ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ଏହି ସିଜିନ ଅର୍ଥାତ୍‌ IPL...

ଡୋମେନିକାଲିଙ୍କ ପୁଣି ୫ ବର୍ଷ ବଢ଼ିଲା କାର୍ଯ୍ୟକାଳ

ଓ୍ବାଶିଂଟନ,୧୪ା୩: ଷ୍ଟିଫାନୋ ଡୋମେନିକାଲି ଆଉ ୫ବର୍ଷ ପାଇଁ ଅର୍ଥାତ ୨୦୨୯ ପର୍ଯ୍ୟନ୍ତ ଫର୍ମୁଲା ଓ୍ବାନ୍‌ ସଭାପତି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ରହିବା ଲାଗି ରାଜି...

‘ସବୁ କ୍ରେଡିଟ୍‌ ଭାରତକୁ ଯାଉଛି…’, ମିଚେଲ ଷ୍ଟାର୍କଙ୍କ ପରେ ଗ୍ଲେନ ମ୍ୟାକଗ୍ରା ଟିମ ଇଣ୍ଡିଆକୁ କଲେ ପ୍ରଶଂସା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୪।୩: ନିକଟରେ, ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଛି। କିନ୍ତୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳର ବିଜୟ ଉପରେ...

ରୋହିତଙ୍କ ନେଇ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ପ୍ରଶଂସକ

ନୂଆଦିଲ୍ଲୀ,୧୪।୩: ନିକଟରେ, ଭାରତୀୟ କ୍ରିକେଟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା। ଏହା ପରେ ରୋହିତ ଶର୍ମା ସ୍ପଷ୍ଟ କରିଥିଲେ ଯେ...

IPL 2025: ଅକ୍ଷର ପଟେଲ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ

ମୁମ୍ବାଇ,୧୪ା୩: ଆଇପିଏଲ ୨୦୨୫ ପାଇଁ ଅକ୍ଷର ପଟେଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ଅଧିନାୟକ ନିଯୁକ୍ତ କରାଯାଇଛି। ସେ ୨୦୧୯ ମସିହାରୁ ଦିଲ୍ଲୀ ସହିତ ଅଛନ୍ତି ଏବଂ ଗତ...

IPL 2025: ଇତିହାସ ରଚିବେ ବିରାଟ କୋହଲି, ୧୮ତମ ସିଜନରେ କରିବେ ଏସବୁ ରେକର୍ଡ

ନୂଆଦିଲ୍ଲୀ,୧୪।୩: ଚାମ୍ପିୟନ୍ସ ଟ୍ରଫି ୨୦୨୫ ପରେ, ଏବେ ଭାରତୀୟ ପ୍ରଶଂସକମାନେ IPL ୨୦୨୫ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆଇପିଏଲର ୧୮ତମ ସିଜିନ ୨୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image