Doha: Purnima Hembram of India competes during the Javelin Throw for Heptathlon at the Asian Athletics Championships in Doha, Qatar, Tuesday, April 23, 2019. AP/PTI(AP4_23_2019_000171B)
ଦୋହା, ୨୪।୪-ଦୋହାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍ର ହେପ୍ଟାଥଲନ ଇଭେଣ୍ଟରେ ଭାରତର ସ୍ବପ୍ନା ବର୍ମନ ରୌପ୍ୟ ପଦକ ପାଇଛନ୍ତି। ଏଥିରେ ଭାଗ ନେଇଥିବା ଓଡ଼ିଶାର ପୂର୍ଣ୍ଣିମା ହେମ୍ବ୍ରମ ୫ମ ସ୍ଥାନ ପାଇଛନ୍ତି। ତୃତୀୟ ଦିବସରେ ଅନୁଷ୍ଠିତ ୮୦୦ ମିଟରରେ ସ୍ବପ୍ନା ୨:୨୦.୨୪ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ସହ ୮୨୦ ପଏଣ୍ଟ ପାଇଥିଲେ। ପୂର୍ଣ୍ଣିମା ୨:୨୮.୪୮ ସେକେଣ୍ଡ ସମୟ ନେଇ ୭୧୨ ପଏଣ୍ଟ ପାଇଥିଲେ। ଫଳରେ ୭ ଇଭେଣ୍ଟ ବିଶିଷ୍ଟ ପ୍ରତିଯୋଗିତାରେ ସ୍ବପ୍ନା ୫୯୯୩ ପଏଣ୍ଟ ସହ ରୌପ୍ୟ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ପୂର୍ଣ୍ଣିମା ୫୫୨୮ ପଏଣ୍ଟ ପାଇ ୫ମସ୍ଥାନ ଅଧିକାର କରିଥିଲେ। ପୂର୍ବରୁ ଅନୁଷ୍ଠିତ ଲଙ୍ଗଜମ୍ପରେ ସ୍ବପ୍ନା ୬.୦୧ ମିଟର କ୍ଲିୟର କରି ୮୫୩ ପଏଣ୍ଟ ପାଇଥିଲେ। ପୂର୍ଣ୍ଣିମା ୫.୯୯ ମିଟର ସହ ୮୪୬ ପଏଣ୍ଟ ହାସଲ କରିଥିଲେ। ଜାଭେଲିନ୍ ଥ୍ରୋରେ ସ୍ବପ୍ନା ୪୬.୮୩ ମିଟର ସହ ୭୯୯ ଏବଂ ପୂର୍ଣ୍ଣିମା ୩୯.୭୦ ମିଟର ସହ ୬୬୨ ପଏଣ୍ଟ ହାସଲ କରିଥିଲେ। ପ୍ରକାଶ ଯୋଗ୍ୟ ଯେ ସୋମବାର ହେପ୍ଟାଥଲନର ୪ ଇଭେଣ୍ଟ ପରେ ସ୍ବପ୍ନା ୩୫୨୧ ପଏଣ୍ଟ ସହିତ ୩ୟ ଓ ପୂର୍ଣ୍ଣିମା ୩୩୦୮ ପଏଣ୍ଟ ସହ ୫ମ ସ୍ଥାନରେ ଥିଲେ।