ହେଲମେଟ୍‌ରେ ବଲ୍‌ ବାଜିବା ସତ୍ତ୍ୱେ ରମଜାନ ପାଳିଲେ ଖେଳାଳି

ଲଣ୍ଡନ,୩୧।୫- ଏଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ସହ ୨୦୧୯ ଆଇସିସି ବିଶ୍ୱକପ୍‌ ଆରମ୍ଭ ହୋଇଯାଇଛି। କ୍ରିକେଟ ମହାକୁମ୍ଭର ପ୍ରଥମ ମ୍ୟାଚ୍‌ରେ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୧୨ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବାବେଳେ ଦକ୍ଷିଣ ଆଫ୍ରିକା ଓପନର ହାସିମ ଆମଲା ଆହତ ହୋଇଥିଲେ। ୮ ବଲ ଖେଳି ୫ ରନ୍‌ କରିଥିବାବେଳେ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚରଙ୍କ ଏକ ବାଉନ୍ସର ଆମଲାଙ୍କ ହେଲମେଟରେ ବାଜିଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ଦଳର ଫିଜିଓଙ୍କ ସହ ଅତିରିକ୍ତ ଖେଳାଳି ପାଣି ଆଣି ଆମଲାଙ୍କୁ ଦେଇଥିଲେ। ହେଲେ ଓପନର ରମଜାନ ମାସ ପାଳନ କରୁଥିବାରୁ ମନା କରି ଦେଇଥିଲେ। କିଛି ସମୟ ଧରି ଫିଲ୍ଡରେ ଉପଚାର ହେବା ପରେ ସେ ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିଅନ ଫେରିଥିଲେ। ଅବଶ୍ୟ ପରେ ସେ ବ୍ୟାଟିଂ କରିବାକୁ ଆସି ୧୩ ରନ୍‌ କରି ଲିଆମ ପ୍ଲଙ୍କେଟଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ।

Share