Categories: ଜାତୀୟ

ହେଲମେଟ୍‌ ନ ପିନ୍ଧିଲେ ଲେଖିବାକୁ ପଡିବ ୧୦୦ ଶବ୍ଦ ମଧ୍ୟରେ ରଚନା

ଭୋପାଳ,୧୬।୧: ନ୍ୟାଶନାଲ ହାଇଓ୍ବେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ଦ୍ୱାରା ଜାନୁୟାରୀ ୧୭ ପର୍ଯ୍ୟନ୍ତ ପାଳନ କରାଯାଉଛି ୩୧ ତମ ସଡ଼କ ସୁରକ୍ଷା ସପ୍ତାହ। ଏହି ଅବସରରେ ମଧ୍ୟପ୍ରଦେଶ ଭୋପାଳ ପୋଲିସ ଦ୍ୱାରା ଏକ ଅଭିନବ ଉପାୟ ପାଳନ କରିବାର ପ୍ରୟାସ କରାଯାଇଛି। ଦୁଇ ଚକିଆ ଯାନରେ ଯାଉଥିବା ଲୋକେ ଯଦି ହେଲ୍‌ମେଟ୍‌ ନ ପିନ୍ଧିଥିବେ ଏବେ ସେମାନଙ୍କୁ ୧୦୦ ଶବ୍ଦ ମଧ୍ୟରେ ରଚନା ଲେଖିବାକୁ ପଡିବ ବୋଲି ଭୋପାଳ ପୋଲିସ କହିଛି। ଏହି ରଚନାରେ ସେମାନେ କାହିଁକି ମୋଟର ଯାନ ନିୟମ ଉଲ୍ଲଂଘନ କରିଛନ୍ତି ଆଉ ହେଲ୍‌ମେଟ୍‌ ନ ପିନ୍ଧି ଗାଡି ଚଳାଇଛନ୍ତି ତାହା ବର୍ଣ୍ଣନା କରିବେ ବୋଲି ପୋଲିସ କହିଛି।

Share