Categories: ଜାତୀୟ

ହେଲମେଟ୍‌ ପିନ୍ଧି କାର୍ଯ୍ୟାଳୟରେ କାମ କରୁଛନ୍ତି ବିଦ୍ୟୁତ୍‌ ବିଭାଗ କର୍ମଚାରୀ

ବାନ୍ଦା,୫।୧୧: ଗାଡ଼ି ଚଳାଇବା ବେଳେ ହେଲମେଟ୍‌ ପିନ୍ଧିବାକୁ ନିୟମ ରହିଛି। ତେବେ ଉତ୍ତରପ୍ରଦେଶ ବାନ୍ଦା ସ୍ଥିତ ବିଦ୍ୟୁତ୍‌ ବିଭାଗର ଏକ କାର୍ଯ୍ୟାଳୟରେ କର୍ମଚାରୀ ହେଲମେଟ୍‌ ପିନ୍ଧି କାମ କରୁଛନ୍ତି। ଏହି କାର୍ଯ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ ଏହାର ସିଲିଂରୁ ଖଣ୍ଡ ଖଣ୍ଡ ପ୍ଲାଷ୍ଟର ଖସୁଛି। କେତେକ କର୍ମଚାରୀଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ଏବେ ସବୁ କର୍ମଚାରୀ ସୁରକ୍ଷା ଦୃଷ୍ଟିରୁ ମୁଣ୍ଡରେ ହେଲମେଟ୍‌ ପିନ୍ଧି କାମ କରୁଛନ୍ତି। ଏନେଇ ଜିଲା ବିଦ୍ୟୁତ୍‌ ବିଭାଗ ବରିଷ୍ଠ କର୍ମକର୍ତ୍ତାଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସି ପାରି ନାହିଁ।

Share