ଅକ୍ଲାଣ୍ଡ,୨୮।୧୧- କ୍ରିକେଟ ପଡ଼ିଆରେ ବଢ଼ୁଥିବା ଆହତ ସମସ୍ୟା ଯୋଗୁ ଖେଳାଳିଙ୍କ ସୁରକ୍ଷାକୁ ଏବେ ଗୁରୁତ୍ୱ ଦିଆଯାଉଛି। ମୁଣ୍ଡରେ ବଲ ବାଜିବାରୁ ବ୍ୟାଟ୍ସମ୍ୟାନମାନେ ଗଭୀର ଆହାତ ହେବାର ବହୁ ଦୃଷ୍ଟାନ୍ତ ରହିଛି। କିନ୍ତୁ ବଲ ବୋଲରଙ୍କ ମୁଣ୍ଡରେ ମଧ୍ୟ ବାଜିବାର ସମ୍ଭାବନା ରହିଛି। ଏଥିଯୋଗୁ ନ୍ୟୁଜିଲାଣ୍ଡ ପେସର ଆଣ୍ଡ୍ର୍ୟୁ ଏଲିସ ବଲ ବାଜିବାରୁ ବର୍ତ୍ତିବା ପାଇଁ ହେଲମେଟ ପିନ୍ଧି ବୋଲିଂ କରିଛନ୍ତି। ଉଲ୍ଲେଖଥାଉ କି, ଚଳିିତ ଫୋର୍ଡ ଟ୍ରଫିର ପୂର୍ବ ସେସନରେ ବୋଲିଂ କଲାବେଳେ ଏଲିସଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏଥିନେଇ ପରବର୍ତ୍ତୀ ସେସନରେ ନିଜକୁ ସୁରକ୍ଷିତ ରଖିବା ପାଇଁ ହେଲାମେଟ ବ୍ୟବହାର କରିଥିଲେ। ତେବେ ସେ ହେଲମେଟ ପରିଧାନ କରି ବୋଲିଂ କରିବାରେ ପ୍ରଥମ ବୋଲର ନୁହେଁ। ୨୦୧୭ ଡିସେମ୍ବରରେ ବୋରିସ ବନର୍ସ ପ୍ରଥମ ବୋଲର ଭାବେ ହେଲମେଟ ବ୍ୟବହାର କରିଥିଲେ।