ହେଲିକପ୍ଟର ଦୁର୍ଘଟଣାରେ ସୈନ୍ୟବାହିନୀ ମୁଖ୍ୟଙ୍କ ମୃତ୍ୟୁ

ତାଇପେ,୨।୧: ଏକ ହେଲିକପ୍ଟର ଦୁର୍ଘଟଣାରେ ତାଇଓ୍ବାନ ସୈନ୍ୟବାହିନୀ ମୁଖ୍ୟଙ୍କ ମୃତ୍ୟୁ ଘଟିଛି। ହେଲିକପ୍ଟର ୟୁଏଚ୍‌-୬୦ଏମ୍‌ ୟିନାଲ କାଉଣ୍ଟିଂକୁ ଯାତ୍ରା କରୁଥିବାବେଳେ ତାଇପେଇ ନିକଟସ୍ଥ ପାହାଡ଼ରେ ଜରୁରିକାଳୀନ ଅବତରଣ କରିଥିଲା। ଦୁର୍ଘଟଣାରେ ବାୟୁସେନା ମୁଖ୍ୟ ଜେନେରାଲ ଶେନ୍‌ ୟି ମିଙ୍ଗ୍‌ଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏଥିରେ ସୈନ୍ୟବାହିନୀ ଏବଂ ବାୟୁସେନା ମୁଖ୍ୟଙ୍କ ସମେତ ୧୩ ଜଣ ଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏପରି ହୋଇଥିବା କୁହାଯାଉଛି। ଏହାର ତଦନ୍ତ ଆରମ୍ଭ ହୋଇଛି।

Share