ଅନୁଗୋଳ ଅଫିସ, ୯ା୫ – ସକାଳୁ ଅନୁଗୋଳ ପୋଲିସ ପକ୍ଷରୁ ସହରରେ ଫ୍ଲାଗ୍ମାର୍ଚ୍ଚ ସହ ଲୋକଙ୍କୁ ସଚେତନ କରାଯାଇଥିଲା। ହେଲେ ପୋଲିସ ଯିବା ପରେ ସହରର ଚିତ୍ର ବଦଳି ଯାଇଥିଲା। ଦୋକାନୀମାନେ ବିଭିନ୍ନ ସାମଗ୍ରୀ ବାହାରେ ରଖିବା ସହ ଗାଡ଼ିଗୁଡ଼ିକ ମଧ୍ୟ ରାସ୍ତା ଉପରେ ରଖି ଦେଇଥିଲେ। ସେହିପରି ପୂଜାପାର୍ବଣ ସମୟ ଭଳି ଲୋକେ ସହରରେ ଭିଡ଼ କରିଥିଲେ। ଏପରି କି ସାମାଜିକ ଦୂରତ୍ୱ କଥା ସେମାନେ ଯେପରି ଭୁଲି ଯାଇଥିଲେ। ଅନେକେ ମୁହଁରେ ମାସ୍କ ମଧ୍ୟ ବାନ୍ଧି ନ ଥିଲେ। ଦୋକାନଗୁଡ଼ିକ ସମ୍ମୁଖରେ ଲୋକଙ୍କ ଭିଡ଼ ଅପରାହ୍ନ ପର୍ଯ୍ୟନ୍ତ ଲାଗି ରହିଥିଲା।