ଲକ୍ଷ୍ନୌ,୭।୯: ଉତ୍ତର ପ୍ରଦେଶର ଆଲିଗଡରେ ପୋଲିସର ଖାମଖିଆଲି ମନୋଭାବ ସାମ୍ନାକୁ ଆସିଛି। ଏଠାରେ ଇ ଚାଲାଣ କାଟିବା ସମୟରେ ଜଣେ କାର୍ ଚାଳକଙ୍କ ନାଁରେ ପୋଲିସ ହେଲ୍ମେଟ୍ ପିନ୍ଧି ନ ଥିବା ଅଭିଯୋଗରେ ଚାଲାଣ କାଟିଥିବା ଜଣାପଡିଛି। ତେବେ କାର୍ ଚାଳକ ଜଣକ ଏହି ଚାଲାଣ ପାଇବା ପରେ ପୋଲିସରେ ଅଭିଯୋଗ କରିବାରୁ ଏହା ଟ୍ରାଫିକ୍ ପୋଲିସର ଭୁଲ୍ ବୋଲି ସ୍ବୀକାର କରାଯାଇଛି। ସୂଚନାଯୋଗ୍ୟ, ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ପୋଲିସ ଏତେ ପରିମାଣରେ ଚାଲାଣ କାଟିବା ଆରମ୍ଭ କରିଛି ଯେ କାର୍ ଚାଳକଙ୍କ ନାଁରେ ବି ହେଲ୍ମେଟ୍ ପିନ୍ଧି ନ ଥିବା ଅଭିଯୋଗ ଲଗାଇ ଚାଲାଣ କାଟି ଦେଉଛି ବୋଲି ଆଲୋଚନା ହେଉଛି।