Categories: ଜାତୀୟ

ହେଲ୍‌ମେଟ ନ ପିନ୍ଧି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୧।୧୦: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀ ଓ ଲେପ୍ଟନାଣ୍ଟ ଗଭର୍ନର କିରଣ ବେଦୀଙ୍କ ମଧ୍ୟରେ ପୁଣିଥରେ ତୁତୁ ମେମେ ଆରମ୍ଭ ହୋଇଯାଇଛି। କିରଣ ବେଦୀ ନୂଆ ମୋଟର ଯାନ ନିୟମକୁ ନେଇ ଯେଉଁ ପୋଷ୍ଟ କରିଥିଲେ ତା’ର ଉତ୍ତରରେ ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀ କହିଛନ୍ତି ଯଦି ସେ ହେଲ୍‌ମେଟ ପିନ୍ଧିବେ ତେବେ ତାଙ୍କୁ ଲୋକେ ଚିହ୍ନିବେ କିପରି। ବିଶେଷ କରି ନାରାୟଣସ୍ବାମୀ ରାଲି ସମୟରେ ହେଲ୍‌ମେଟ ପିନ୍ଧିବାକୁ ମନା କରିବାରୁ ଏବେ ଏହି ବିବାଦ ମୁଣ୍ଡ ଟେକିଛି। ସେ ଯୁକ୍ତି ରଖିଛନ୍ତି ଯଦି ନିର୍ବାଚନ ପ୍ରଚାର ସମୟରେ ନେତା ଓ ସମର୍ଥକମାନେ ହେଲ୍‌ମେଟ ପିନ୍ଧନ୍ତି ତେବେ ଭୋଟର କେମିତି ଜାଣିବେ କିଏ ଭୋଟ ମାଗିବାକୁ ଆସିଥିଲେ। ଏହାବ୍ୟତିତ ନିର୍ବାଚନ ପ୍ରଚାର ସମୟରେ ଆଚରଣ ସହିଂତା ଲାଗୁ ହୋଇଥିବା ବେଳେ ଲେପ୍ଟନାଣ୍ଟ ଗଭର୍ନର ଏଭଳି ଘଟଣାରେ ମୁଣ୍ଡ ଖେଳାଇବା ଉଚିତ୍‌ ନୁହେଁ ବୋଲି କ’ଣ ଶ୍ରୀମତି ବେଦୀଙ୍କୁ ଜଣାନାହିଁ ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ।

Share