ମୁମ୍ବାଇ: କରୋନା ଭାଇରସ୍ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏଥିରୁ ବାଦ୍ ପଡ଼ିନାହାନ୍ତି ବଲିଉଡ୍ ତାରକାମାନେ। ଘରେ ସେମାନେ ଏକ ପ୍ରକାର ବନ୍ଦ ଥିବାରୁ ବିଭିନ୍ନ ପ୍ରକାର କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଛନ୍ତି। ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ରବିବାର ସକାଳେ ନିଜ ଓ୍ବାର୍କଆଉଟ୍ ସାରିବା ପରେ ଏକ ସେଲ୍ଫି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ ତାଙ୍କର ବର୍ତ୍ତମାନର ଫିଟନେସ୍ ସ୍ଥିତି ଉପରେ ଫ୍ୟାନ୍ମାନଙ୍କୁ ଜଣାଇଥିଲେ। ସେଲ୍ଫି ଶେୟାର କରି ସେ ଲେଖିଛନ୍ତି ଯେ, ୬୦ ଦିନ ପରେ ମୁଁ ନିଜେ ମୋ ହେୟାର କଟ୍ କରିଛି। ମୁଁ କେବେ ଭାବି ନ ଥିଲି ମୁଁ ହେୟାର କଟ୍ କରିପାରିବି। କିନ୍ତୁ ଭଲ କାଟିପାରିଥିବାରୁ ମୁଁ ବହୁତ ଖୁସି। ଏହା ଷ୍ଟାଇଲିଶ୍ ଲୁକ୍ ମଧ୍ୟ ଦେଉଛି। ଏହି ଲକ୍ଡାଉନ୍ରେ ମୁଁ ବହୁତ ଫିଟ୍ ଅଛି। ପ୍ରତିଦିନ ସ୍କିପିଂ, ଯୋଗ, ରନିଂ, ପୁଶ୍ ଅପ୍ ମଧ୍ୟ କରୁଛି। ଘରେ ଥାଇ ମୁଁ ନିଜ ପ୍ରତି ବହୁତ ଧ୍ୟାନ ରଖିପାରିଛି ବୋଲି ଆଲିୟା କହିଛନ୍ତି। ତେବେ ମୋତେ ଯିଏ ଯେଉଁ ଚ୍ୟାଲେଞ୍ଜ ଦେବେ ମୁଁ ତାକୁ ପୂରଣ କରିପାରିବି ବୋଲି ସେ କହିଛନ୍ତି।