ହେୟାର ପର୍ମିଂ

ଘନ ଓ ସିଧା କେଶ କାହାର ବା ପସନ୍ଦ ନୁହେଁ। ଯେଉଁଥିଲାଗି ବର୍ତ୍ତମାନ ହେୟାର୍‌ ଷ୍ଟ୍ରେଟନିଂ ଟ୍ରେଣ୍ଡ ପାଲଟିଛି। ହେଲେ କେବେ କେବେ ସିଧା ଏବଂ ପତଳା କେଶ ଅନେକଙ୍କଠାରେ ସୌନ୍ଦର୍ଯ୍ୟ ବଢାଇବା ପରିବର୍ତ୍ତେ କମାଇଥାଏ। ତେଣୁ ସେମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ହେୟାର୍‌ ପର୍ମିଂ ସବୁଠୁ ବେଷ୍ଟ୍‌ ଉପାୟ। ଜାଣି ରଖନ୍ତୁ ଏହା କରିବାର ଉପାୟ…

ପ୍ରଥମେ କେଶକୁ ଭଲ ଭାବେ ଶାମ୍ପୁ କରି ନିଅନ୍ତୁ। ଏହାକୁ ଟାଓ୍ବେଲ୍‌ରେ ପରେ ପୋଛି ଦିଅନ୍ତୁ।
ସାମାନ୍ୟ ଓଦାଥିବା ଅବସ୍ଥାରେ ଶୋଇ ରହି କେଶକୁ ଅଳ୍ପ ଅଳ୍ପ ଭାଗ କରିଦିଅନ୍ତୁ। ପ୍ରତି ଭାଗ କେଶକୁ ଭଲ ଭାବେ ରୋଲରରେ ଗୁଡାଇ ଦିଅନ୍ତୁ।
ସବୁ ରୋଲ ହୋଇଥିବା କେଶ ଉପରେ ପର୍ମିଂ ଲୋଶନ ଲଗାନ୍ତୁ।
ଏହା ଉପରେ ସାଓ୍ବାର୍‌ କ୍ୟାପ୍‌ କିମ୍ବା ଟାଓ୍ବେଲ୍‌ ଗୁଡାଇ ଦିଅନ୍ତୁ।
୧୫ ମିନିଟ୍‌ ରଖିବା ପରେ କେଶ ରୋଲ ହୋଇଛି କି ନାହିଁ ଜାଣିବା ଲାଗି ସର୍ବ ପ୍ରଥମେ ଯେଉଁ କେଶ ରୋଲ କରିଥିଲେ ତା’କୁ ଖୋଲି ଦେଖନ୍ତୁ। ଯଦି ହୋଇଥାଏ ତେବେ ରୋଲର ଲାଗି ଥିବା ଅବସ୍ଥାରେ ହିଁ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ଟିସୁ ପେପର ସାହାଯ୍ୟରେ ଶୁଖାନ୍ତୁ।
ପାଣି ସମ୍ପୂର୍ଣ୍ଣ ଛାଡ଼ିଗଲେ ନ୍ୟୁଟ୍ରାଲାଇଜର ଲଗାନ୍ତୁ ଏବଂ କିଛି ସମୟ ରଖିବା ପରେ ରୋଲର ଖୋଲି ଦିଅନ୍ତୁ। ଖୋଲିବା ପରେ ପୁନର୍ବାର ନ୍ୟୁଟ୍ରାଲାଇଜର ଲଗାଇ ୫ ମିନିଟ୍‌ ରଖିବା ପରେ ସାଦା ପାଣିରେ ଧୋଇ ଦିଅନ୍ତୁ ଏବଂ ଶୁଖିବାକୁ ଛାଡି ଦିଅନ୍ତୁ। ବର୍ତ୍ତମାନ ଆପଣଙ୍କ କେଶ ପୂର୍ବ ଅପେକ୍ଷା ବାଉନ୍ସି ଏବଂ ଷ୍ଟାଇଲିଶ୍‌ ଲାଗିବ।