ହୋଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ରୁମ୍‌ରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। ମୃତ ଯୁବତୀ ଜଣକ ହେଲେ ବ୍ରହ୍ମପୁରର ଦାମିନି କୁମାରୀ ସ୍ବାଇଁ। ପୋଲିସ ସୂଚନା ମୁତାବକ, ଭଦ୍ରକ ଅଞ୍ଚଳର ଜଣେ ଯୁବକଙ୍କ ସହ ଯୁବତୀଙ୍କର ପ୍ରେମ ସମ୍ପର୍କ ରହିଥିଲା। ଉଭୟ ସୋମବାରଠାରୁ ଉକ୍ତ ହୋଟେଲରେ ଏକ ରୁମ୍‌ ଭଡ଼ା ନେଇ ରହୁଥିଲେ। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ଯୁବତୀ ଜଣଙ୍କ ରୁମ ଫ୍ୟାନରେ ନିଜ ଓଢ଼ଣୀରେ ଝୁଲି ଯାଇଥିଲେ। ହୋଟେଲ କର୍ମଚାରୀଙ୍କଠାରୁ ଖବର ପାଇ ପୋଲିସ ଘଟରାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଯୁବତୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦିଆଯାଇଛି, ତାହାକୁ ନେଇ ଖୋଳତାଡ଼ ଚାଲିଛି। ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ପୋଲିସ ରହସ୍ୟ ଖୋଜୁଛି।

Share