ହୋଟେଲରୁ ସାମ୍ପୁ ଚୋରି କରନ୍ତି ଦୀପିକା

ବଲିଉଡର ଆଗଧାଡିର ନାୟିକା ଦୀପିକା ପାଦ୍ୟୁକୋନ୍‌ ହୋଟେଲରୁ ସାମ୍ପୁ ଚୋରି କରିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ତାଙ୍କର ଜଣେ ନିକଟ ବନ୍ଧୁ ସ୍ନେହା ରାମଚନ୍ଦ୍ରର ଏକଥା ଖୁଲାସା କରିଛନ୍ତି। ବନ୍ଧୁତ୍ୱ ଦିବସ ପୂର୍ବରୁ ଦୀପିକାଙ୍କ ପାଇଁ ଲେଖିଥିବା ଚିଠିରେ ସେ କହିଛନ୍ତି, ଦୀପିକାଙ୍କ ଭଳି ବନ୍ଧୁ ଭାଗ୍ୟରେ ଥିଲେ ମିଳେ। ସେ ବହୁତ୍‌ ଦୟାଳୁ। ସାଙ୍ଗ ପାଇଁ ସେ କିଛି ବି କରିପାରନ୍ତି। ଏପରିକି ହୋଟେଲରୁ ମନପସନ୍ଦର ସାମ୍ପୁ ବି ନେଇଆସିପାରନ୍ତି ବୋଲି ସ୍ନେହା କହିଛନ୍ତି। ଦୀପିକା ବିବାହ ପରେ ‘ଛପାକ୍‌’ ଫିଲ୍ମରେ ନଜର ଆସିବେ। ତାଙ୍କ ଅପୋଜିଟ୍‌ ବିକ୍ରାନ୍ତ ମ୍ୟାସି ଅଭିନୟ କରିବେ ବୋଲି ଜଣାପଡିଛି। ଏହି ଫିଲ୍ମଟି ଦୀପିକାଙ୍କ କ୍ୟାରିୟର ସବୁଠୁ ଚ୍ୟାଲେଞ୍ଜିଂ ଫିଲ୍ମ ହେବ ବୋଲି କୁହାଯାଉଛି। କାରଣ ଫିଲ୍ମରେ ସେ ଏସିଡ୍‌ ଆଟାକ୍‌ ଯୁବତୀ ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଭୂମିକାରେ ନଜର ଆସିବେ।

Share