ହୋଟେଲରେ ଚାଲିଥିଲା ଜୁଆଆଡ୍ଡା: ଚଢ଼ାଉ କରି ୮ଜଣଙ୍କୁ ଗିରଫ କଲା ରାୟଗଡ଼ା ପୋଲିସ

ରାୟଗଡ଼ା ଅଫିସ,୨୯। ୧୦-ରାୟଗଡ଼ା ଏସପି ଶର୍ବଣା ବିବେକଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ନିଆର ରନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ କୌଣସି ସୂତ୍ରରୁ ଖବର ପାଇ ଏକ ହୋଟେଲ ରୁମ୍‌ରେ ଚାଲିଥିବା ଜୁଆଅଡ୍ଡା ଉପରେ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲେ। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି ା ଗିରଫ ଅଭିଯୁକ୍ତମାନେ ହେଲେ ଭାନୁପ୍ରସାଦ ମାଝୀ (୩୫), ଗୈାତମ ଜେନ (୪୩), ମନୋଜ କୁମାର ରଥୀ (୪୪), ମୁକେଶ ଜେନ (୩୯) ଆନନ୍ଦା ଜେନ (୪୫) ସାଇଳେସ କୁମାର( ୪୬)ସାଜନ ଜେନ (୪୯) ଦୀପକ ଜେନ (୪୪) ଘଟଣାସ୍ଥଳରୁ ୧ ଲକ୍ଷ ୩୫ ହଜାର ୧୦୦ ଟଙ୍କା , ତାସର ୧୦୪ ପତା ,ବିଭିନ୍ନ କମ୍ପାନୀର ୮ ଟି ମୋବାଇଲ ଫୋନ , ୪ ଟି ମୋଟର ସାଇକଲ ବାଇକ ଉଦ୍ଦାର କରାଯାଇଛି ା କେସ ନମ୍ବର ୩୮୫/୧୯ ରେ ଏକ ମାମଲା ରୁଜୁ କରାଯାଇ ଏମାନଙ୍କୁ ଗିରଫ କରାଯାଇଥିବା ଏସ୍‌ଡିପିଓ ତପନ ନାରାୟଣ ରଥ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।