ବେଙ୍ଗାଲୁରୁ,୨୧।୭: କର୍ନାଟକର କଂଗ୍ରେସ ଓ ଜେଡିଏସ୍ ମେଣ୍ଟ ସରକାରରେ ସଙ୍କଟ ଦେଖା ଦେଇଥିବା ବେଳେ ସୋମବାର ବିଧାନସଭାରେ ଅସ୍ଥା ଭୋଟର ଯୋଜନା ରହିଛି। ହେଲେ ଇତି ମଧ୍ୟରେ କର୍ନାଟକର ଭାଜପା ବିଧାୟକମାନେ ରାମଦା ହୋଟେଲରେ ଚିନ୍ତାମୁକ୍ତ ହେବା ପାଇଁ ରବିବାର ଯୋଗ ଅଭ୍ୟାସ କରିଥିବା ଦେଖିବାକୁ ମିଳିଛି। କାଜୁଆଲ ଟି-ସାର୍ଟ ପିନ୍ଧି ଏମାନେ ଯୋଗ ଅଭ୍ୟାସ କରିଛନ୍ତି। ଜୁଲାଇ ୧୦ରେ ମଧ୍ୟ ଜେଡିଏସ୍ ବିଧାୟକମାନେ ଗଲ୍ଫସାଇର କ୍ଲବରେ ଏମିତି ଯୋଗ କରିଥିବା ଦେଖାଯାଇଥିଲା।