Advertisement

ହୋଟେଲରେ ସୋସିଆଲ ଡିଷ୍ଟାନସିଂର ଭିନ୍ନ ଚିତ୍ର

ଓ୍ବାଶିଂଟନ,୧୫।୫: କରୋନା ଭାଇରସ ସଂକ୍ରମଣକୁ ନେଇ ବିଶ୍ୱର ଅଧିକାଂଶ ଦେଶରେ ଏବେ ଲକ୍‌ଡାଉନ ଜାରି ରହିଛି। ଆମେରିକାରେ ସ୍ଥିତି ଅସମ୍ଭାଳ ହୋଇପଡିଥିବା ବେଳେ ଏବେ ଏହି ଶକ୍ତିଶାଳୀ ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଦୋହଲି ଯାଇଛି। ଏପରି ସ୍ଥଳେ ଏବେ ପୁଣିଥରେ ଆମେରିକା ଅଣ୍ଟାଭିଡି ଠିଆ ହେବାକୁ ଚେଷ୍ଟା କରୁଛି। ତେବେ ଲକ୍‌ଡାଉନ ଯୋଗୁ ବାଧାପ୍ରାପ୍ତ ହୋଇଥିବା ହୋଟେଲ ଶିଳ୍ପ ଏବେ ନୂଆ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରୁଥିବା ଦେଖାଯାଇଛି। ଲକ୍‌ଡାଉନ ଖୋଲିବା ପରେ ଏବେ ଲୋକେ ହୋଟେଲ ବା ରେସ୍ତୋରାଁରେ ସୋସିଆଲ ଡିଷ୍ଟାନସିଂ ମେଣ୍ଟେନ କରିବେ ବୋଲି ଜଣାପଡିଛି। ଯେପର୍ଯ୍ୟନ୍ତ କରୋନାର କୌଣସି ଔଷଧ ବା ଭ୍ୟାକ୍ସିନ୍‌ ଆସିନାହିଁ ସେପର୍ଯ୍ୟନ୍ତ ଅନ୍ତତଃପକ୍ଷେ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆଯିବ। ଏହାକୁ ଲକ୍ଷ୍ୟ କରି ନର୍ଦନ ଭର୍ଜିନିଆରେ ଥିବା Inn at Little Washington ନାମକ ହୋଟେଲରେ ଗ୍ରାହକମାନେ ଏକେଲା ନ ବସି ଏକ ମୂର୍ତ୍ତି ନିକଟରେ ବସି ଖାାଇପାରିବେ। ଗ୍ରାହକଙ୍କୁ ଏକଲାପଣ ଅନୁଭବ ନ କରିବା ପାଇଁ ହୋଟେଲ ପକ୍ଷରୁ ଏଭଳି ଉପାୟ ଚିନ୍ତା କରାଯାଇଛି। ତେବେ ଜଣେ ଗ୍ରାହକଙ୍କ ପାଖରେ ବସିଥିବା ମୂର୍ତ୍ତି ନିକଟରେ ମଧ୍ୟ ସମାନ ଖାଦ୍ୟ ପରସା ଯିବାର ବ୍ୟବସ୍ଥା କରାଯାଇଛି। ଭର୍ଜିନିଆର ଏହି ପ୍ରସିଦ୍ଧ ହୋଟେଲରେ ଏଥର ଗ୍ରାହକଙ୍କୁ ସୋସିଆଲ ଡିଷ୍ଟାନସିଂର ଭିନ୍ନ ଅନୁଭୁତି ମିଳିବ ବୋଲି କୁହାଯାଉଛି। ତେବେ ଆମେରିକାରେ ହୋଟେଲ ଶିଳ୍ପ ଯେବେବି କାର୍ଯ୍ୟକ୍ଷମ ହେବ ସେବେ ସୋସିଆଲ ଡିଷ୍ଟାନସିଂକୁ ଏକ ନିୟମ ଭାବେ ପାଳନ କରାଯିବ ବୋଲି ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share