Categories: ଫୁରସତ

ହୋଟେଲ ବେଡ୍‌ରୁମ୍‌ରେ କଡ଼ ଲେଉଟାଇଲେ ହୁଏ ଏପରି…

ପୃଥିବୀର ବିଭିନ୍ନ ଦେଶ ଦେଶ ମଧ୍ୟରେ ସୀମାରେଖା ଟଣାଯିବା ସମୟରେ ବହୁ ରୋଚକ ଘଟଣାମାନ ଘଟିଛି। ସେପରି କିଛି ଘଟଣା ମଧ୍ୟରୁ ଏକ ନିଆରା ଉଦାହରଣ ପାଲଟିଛି ଫ୍ରାନ୍ସ୍‌ ଏବଂ ସ୍ବିଜରଲାଣ୍ଡ୍‌ ସୀମା ମଧ୍ୟରେ ଥିବା ଏକ ବିଳାସପୂର୍ଣ୍ଣ ତାରକା ହୋଟେଲ। ହୋଟେଲର ବେଡ୍‌ ରୁମ୍‌ର ଅଧା ଫ୍ରାନ୍ସ୍‌ରେ ରହିଛି ତ ବାକି ଅଧକ ସ୍ବିଜରଲାଣ୍ଡ୍‌ରେ ଅଛି। ବେଡ୍‌ ରୁମ୍‌ରେ ଉଭୟ ଦେଶର ପତାକା ମଧ୍ୟ ଲଗାଯାଇଛି। ହୋଟେଲ ବେଡ୍‌ରୁମ୍‌ରେ କଡ଼ ଲେଉଟାଇଲେ ବଦଳି ଯାଏ ଦେଶ । ଏତ ଗଲା ବେଡ୍‌ ରୁମ୍‌ କଥା। ସେହି ଏକା ସ୍ଥିତି ରୋଷେଇଘର, ବାର୍‌, ଲାଉଞ୍ଚ୍‌, ବାଥ୍‌ ରୁମ୍‌, ଗାର୍ଡେନ୍‌,ଛାତ, ସୁଇମିଂ ପୁଲ୍‌ରେ ଦେଖିବାକୁ ମିଳିଥାଏ। ଏହି ହୋଟେଳର ନାମ ହେଉଛି ଅର୍ବେଜ୍‌। ହୋଟେଲର ଏହି ସ୍ବତନ୍ତ୍ରତା ପାଇଁ ଦେଶ ବିଦେଶରୁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଏଠାକୁ ରହିବା ପାଇଁ ଆସିଥାନ୍ତି। ୧୮୬୨ରେ ଏଠାରେ ଏକ ତେଜରାତି ଦୋକାନ ନିର୍ମାଣ କରାଯାଇଥିଲା ବୋଲି ସ୍ଥାନୀୟ ଲୋକେ କୁହନ୍ତି। ପରେ ୧୯୨୧ରେ ଏହି ଜମିକୁ ଜୁଲ୍ସ୍‌ ଜିନ୍‌ ଅର୍ବେଜ୍‌ ନାମକ ଜଣେ ବ୍ୟକ୍ତି କିଣି ନେଇଥିଲେ। ଏଠାରେ ସେ ଏକ ହୋଟେଲ ନିର୍ମାଣ କରିଥିଲେ। ଏହି ହୋଟେଲକୁ ଉଭୟ ଫ୍ରାନ୍ସ୍‌ ଏବଂ ସ୍ବିଜରଲାଣ୍ଡ୍‌ ସରକାରଙ୍କ ସ୍ବୀକୃତି ମିଳିଛି।

Share