Categories: ଫୁରସତ

ହୋଟେଲର ବାର୍‌ ସୁଇଜରଲ୍ୟାଣ୍ଡ୍‌ରେ, ବାଥ୍‌ରୁମ ଫ୍ରାନ୍ସରେ

ବିଶ୍ୱରେ ଏମିତି କିଛି ହୋଟେଲ ରହିଛି, ଯାହା ବିଳାସପୂର୍ଣ୍ଣ ଏବଂ ସୁନ୍ଦର ନିର୍ମାଣ ଶୈଳୀ ଯୋଗୁ ପ୍ରସିଦ୍ଧ। କିନ୍ତୁ ଗୋଟିଏ ହୋଟେଲର ରୁମ୍‌ ଭିତରେ ବାର୍‌ ରହିଛି ଗୋଟିଏ ଦେଶରେ ବାଥ୍‌ରୁମ୍‌ ରହିଛି ଆଉ ଗୋଟିଏ ଦେଶରେ। ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ହୋଟେଲରେ ରହିଛି ଫ୍ରାନ୍ସ ଏବଂ ସୁଇଜରଲ୍ୟାଣ୍ଡ ସୀମାରେ। ଏହି ହୋଟେଲର ନାମ ‘ଅର୍ବେଜ’। ହୋଟେଲଟି ଦୁଇଟି ଦେଶ ମଧ୍ୟରେ ଆସୁଛି। ତେଣୁ ଏହି ହେଟେଲର ଠିକଣା ଅଲଗା ଅଲଗା। ଏହି ହୋଟେଲ ଭିତର ଦେଇ ଲୋକେ ଗଲେ ଗୋଟିଏ ଦେଶରୁ ଯାଇ ଆଉ ଗୋଟିଏ ଦେଶରେ ପହଞ୍ଚି ଯାଇଥାନ୍ତି। ହୋଟେଲର ବିଭାଜନ ଦୁଇ ଦେଶର ସୀମାକୁ ଦେଖି କରାଯାଇଛି। ହେଟେଲର ବାର୍‌ ସୁଇଜରଲ୍ୟାଣ୍ଡ୍‌ରେ, ବାଥରୁମ୍‌ ଫ୍ରାନ୍ସରେ।

ହୋଟେଲରେ ଥିବା ଗୋଟିଏ ରୁମ୍‌କୁ ଦୁଇ ଭାଗରେ ଭାଗ କରାଯାଇଛି। ଏପରକି ରୁମ୍‌ରେ ପଡ଼ିଥିବା ଡବଲ ବେଡ୍‌ ମଧ୍ୟରୁ ଗୋଟିଏ ଫ୍ରାନ୍ସରେ ଆଉ ଗୋଟିଏ ସୁଇଜରଲ୍ୟାଣ୍ଡ୍‌ରେ। ଏଠାରେ ତକିଆ ମଧ୍ୟ ଦୁଇ ଦେଶ ମଧ୍ୟରେ ବଣ୍ଟା ଯାଇ ପଡ଼ିଛି।


ଯେଉଁ ସ୍ଥାନରେ ଏହି ହୋଟେଲଟି ନିର୍ମାଣ କରାଯାଇଛି ତାହା ୧୮୬୨ରେ ହୋଇଥିବା ଜଣାପଡୁଛି। ପ୍ରଥମେ ଏଠାରେ ଏକ ଗ୍ରୋସରୀ ବା ସଉଦା ଦୋକାନ ଥିଲା। ୧୯୨୧ରେ ଜୁଲ୍‌ସ ଜିନ୍‌ ଅର୍ବେଜ ନାମକ ଜଣେ ବ୍ୟକ୍ତି ଏହି ସ୍ଥାନକୁ କିଣି ଏଠାରେ ହୋଟେଲ ନିର୍ମାଣ କରିଥିଲେ। ବର୍ତ୍ତମାନ ଏହି ହୋଟେଲ ଫ୍ରାନ୍ସ ଏବଂ ସୁଇଜରଲ୍ୟାଣ୍ଡ୍‌ ଦୁଇ ଦେଶର ପରିଚୟ ଦେଉଛି।

Share