Categories: ଜାତୀୟ

ହୋଟେଲ ଛାଡିବେ ବିଧାୟକ

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭାରେ ଉଦ୍ଧବ ଠାକରେଙ୍କ ସରକାର ଆସ୍ଥା ଭୋଟରେ ଜିତିବା ପରେ ରବିବାର ମଧ୍ୟ ବାଚସ୍ପତି ନିର୍ବାଚନ ସରିଛି। ଏଥିରେ କଂଗ୍ରେସ ନେତା ନାନା ପାଟୋଲେ ନିର୍ବିରୋଧରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଏବେ କୁହାଯାଉଛି କି ଶିବସେନା, କଂଗ୍ରେସ ଓ ଏନ୍‌ସିପିର ଯେଉଁ ବିଧାୟକମାନଙ୍କୁ ଘୋଡା ବେପାର ଭୟରେ ବିଭିନ୍ନ ପଞ୍ଚ ତାରକା ହୋଟେଲରେ ରଖାଯାଇଥିଲା ସେମାନେ ଏବେ ଘରକୁ ଯାଇପାରିବେ। କାରଣ ଶନିବାର ଆସ୍ଥା ଭୋଟ ପରେ ଏମାନଙ୍କୁ ପୁଣିଥରେ ହୋଟେଲ ପଠାଇ ଦିଆଯାଇଥିଲା। ଏବେ ଅନୁମାନ କରାଯାଉଛି କି ଶିବସେନା ନେତୃତ୍ୱର ସରକାର ବିଧାୟକମାନଙ୍କୁ ସେମାନଙ୍କ ନିର୍ବାଚନ ମଣ୍ଡଳୀକୁ ପଠାଇ ପାରେ। କାରଣ ମହାରାଷ୍ଟ୍ରରେ ମରୁଡି ଯୋଗୁ ସର୍ବାଧିକ କୃଷକ ଆତ୍ମହତ୍ୟା କରୁଥିବା ବେଳେ ଉଦ୍ଧବ ସରକାର କୃଷକମାନଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି।

Share