ହୋଟେଲ, ପାନ୍ଥନିବାସରେ କ୍ବାରାଣ୍ଟାଇନ ବ୍ୟବସ୍ଥା

ପୁରୀ ଅଫିସ,୨୪।୩: କରୋନା ମୁକାବିଲା ପାଇଁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସହରସ୍ଥ ୨ଟି ଘରୋଇ ହୋଟେଲ ଏବଂ ପାନ୍ଥନିବାସରେ ପେଡ୍‌ କ୍ବାରାଣ୍ଟାଇନ ବ୍ୟବସ୍ଥା କରାଯାଇଛି। ଏହି ୨ଟି ହୋଟେଲ ହେଉଛି ସିଟି ରୋଡର ସାଗର ତରଙ୍ଗ ଏବଂ ବଳିଆପଣ୍ଡା ଅଞ୍ଚଳର ବ୍ଲୁ ଲିଲି। ଏତଦ୍‌ବ୍ୟତୀତ ସିଟି ରୋଡସ୍ଥିତ ପାନ୍ଥନିବାସରେ ମଧ୍ୟ ଏଭଳି ବ୍ୟବସ୍ଥା ହୋଇଛି। ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି, ସାଗର ତରଙ୍ଗ ପାଇଁ ଦୈନିକ ୨,୫୦୦ ଟଙ୍କା, ପାନ୍ଥନିବାସ ୩,୦୦୦ ଟଙ୍କା ଏବଂ ବ୍ଲୁ ଲିଲିରେ ରହିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ୩,୫୦୦ ଟଙ୍କା ଦେବାକୁ ପଡ଼ିବ। କ୍ବାରାଣ୍ଟାଇନରେ ଖାଦ୍ୟ ସହ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ।

Share