Advertisement
Categories: ଜାତୀୟ

ହୋଟେଲ ହେବ ଲୋକପାଳଙ୍କ କାର୍ଯ୍ୟାଳୟ

ନୂଆଦିଲ୍ଲୀ,୨୩ା୪: ଭାରତର ପ୍ରଥମ ଲୋକପାଳଙ୍କ କାର୍ଯ୍ୟାଳୟ ଦିଲ୍ଲୀର ଏକ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲରେ ଆରମ୍ଭ ହେବ। ଏହି ହୋଟେଲ ପରିସରରେ ଲୋକପାଳ ଅଧ୍ୟକ୍ଷ ଓ ତାଙ୍କର ୮ଜଣିଆ ସଦସ୍ୟ ଓ ସହଯୋଗୀମାନଙ୍କୁ ରହିବା ଲାଗି ସୁବିଧା ଯୋଗାଇ ଦିଆଯିବ ବୋଲି ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ହୋଟେଲ ‘ଦ ଅଶୋକ’ରେ ଲୋକପାଳଙ୍କ କାର୍ଯ୍ୟାଳୟ କିଛିଦିନ ଚାଲିବ। ଗତ ମାର୍ଚ୍ଚ ୨୩ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତର ପ୍ରଥମ ଲୋକପାଳ ଅଧ୍ୟକ୍ଷଭାବେ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କୁ ଶପଥ ପାଠ କରାଇଥିଲେ। ପରେ ମାର୍ଚ୍ଚ ୨୭ ତାରିଖରେ ଜଷ୍ଟିସ ଘୋଷ ଲୋକପାଳର ଅନ୍ୟ ୮ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ। ବିଭିନ୍ନ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଡି. ବି. ଭୋସଲେ, ପି. କେ . ମହାନ୍ତି, ଅଭିଳାଷା କୁମାରୀ, ଏ. କେ. ତ୍ରିପାଠୀ ପ୍ରମୁଖ ଲୋକପାଳର ନ୍ୟାୟିକ ସଦସ୍ୟଭାବେ ଶପଥ ଗ୍ରହଣ କରିଥିଲେ। ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଅର୍ଚ୍ଚନା ରାମସୁନ୍ଦରମ, ଦୀନେଶ କୁମାର ଜୈନ, ଇନ୍ଦ୍ରଜିତ ପ୍ରସାଦ ଗୌତମ ଲୋକପାଳ ସଦସ୍ୟଭାବେ ଶପଥ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ ଚୟନ କମିଟି ଲୋକପାଳ ଅଧ୍ୟକ୍ଷ ଓ ଏହାର ସଦସ୍ୟମାନଙ୍କୁ ସ୍ବୀକୃତି ପ୍ରଦାନ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share