Categories: ବାଣିଜ୍ୟ

ହୋଣ୍ଡା ଆକ୍ଟିଭ ଇଣ୍ଡିଆ କ୍ୟାମ୍ପେନରେ ୬୨ ଲକ୍ଷ ସାମିଲ

ଭୁବନେଶ୍ୱର,୨୭-୫: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ମତଦାନ ସଚେନତତା ଲାଗି ଗ୍ରହଣ କରାଯାଇଥିବା ଆକ୍ଟିଭ ଇଣ୍ଡିଆ କ୍ୟାମ୍ପେନରେ ୬୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସାମିଲ ହୋଇଛନ୍ତି। ଆକ୍ଟିଭ ଇଣ୍ଡିଆନ ଭାବେ ‘କୋଇ ସିଟ୍‌ ନ ଯାଏ ଖାଲି’ ପଦକ୍ଷେପରେ ଏହି ଲୋକମାନେ ନିଜର ଯୋଗଦାନ ରଖିଛନ୍ତି। ପୋଲିଂ ବୁଥ ଗୁଡିକୁ ଏମାନେ ମାଗଣା ପିକ୍‌ ଏବଂ ଡ୍ରପ ସେବା ଯୋଗାଇ ଦେଇଛନ୍ତି। ୬ ଏପ୍ରିଲରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଦେଶର ୬୦ ପ୍ରମୁଖ ସହରରେ ଅନୁଷ୍ଠିତ ହୋଇଥିଲା। ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କମ୍ପାନୀର ବିକ୍ରି ଓ ମାର୍କେଟିଂ ବରିଷ୍ଠ ଉପସଭାପତି ୟଦବିନ୍ଦର ସିଂ ଗୁଲେରିୟା ସୂଚନା ଦେଇଛନ୍ତି।

Share