Categories: ବାଣିଜ୍ୟ

ହୋଣ୍ଡା ଟୁହ୍ବିଲର୍ସ-ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଚୁକ୍ତି

ଭୁବନେଶ୍ୱର,୧୫-୫: ଗ୍ରାହକଙ୍କୁ ଫାଇନାନ୍ସର ଅଧିକ ବିକଳ୍ପ ପ୍ରଦାନ କରିବା ଲକ୍ଷ୍ୟରେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ସହ ଚୁକ୍ତିରେ ସାମିଲ ହୋଇଛି। କମ୍ପାନୀର ବିକ୍ରି ଓ ମାର୍କେଟିଂ ଉପସଭାପତି ୟଦବିନ୍ଦର ସିଂ ଗୁଲେରିଆ ଏବଂ ଆଇଡିଏଫ୍‌ସିର ରିଟେଲ ଆସେଟ ବିଭାଗ ମୁଖ୍ୟ ପ୍ରଦୀପ ନଟରାଜନଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି। ବର୍ତ୍ତମାନ ଅଧିକରୁ ଅଧିକ ଗ୍ରାହକ ଦୁଇ ଚକିଆ ଯାନ କିଣିବା ବେଳେ ଫାଇନାନ୍ସ ବିକଳ୍ପ ଚୟନ କରୁଛନ୍ତି। ଗ୍ରାହକଙ୍କୁ ସୁଲଭ କ୍ରୟ ବିକଳ୍ପ ପ୍ରଦାନ ଲକ୍ଷ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଗୁଲେରିଆ କହିଛନ୍ତି।

Share