Categories: ବାଣିଜ୍ୟ

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ସଡକ ସୁରକ୍ଷା ସମରକ୍ୟାମ୍ପ

ନୂଆଦିଲ୍ଲୀ,୨୯-୬ – ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ସ୍ଥାନୀୟ ଟ୍ରାଫିକ ଟ୍ରେନିଂ ପାର୍କଠାରେ ପିଲାମାନଙ୍କ ଲାଗି ନେଇ ଏକ ସଡକ ସୁରକ୍ଷା ସମର କ୍ୟାମ୍ପ ଅନୁଷ୍ଠିତ ହୋଇ ଯାଇଛି। ଏହା ୬ ଦିନ ଧରି ଚାଲୁଥିଲା। ଏହି କ୍ୟାମ୍ପରେ ଦୁଇ ସ୍କୁଲର ୧୦୦ ଛାତ୍ରୀଛାତ୍ର ଯୋଗ ଦେଇଥିଲେ। ସଡକ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଏଠାରେ ଛାତ୍ରୀଛାତ୍ରଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ହେଲ୍‌ମେଟର ଆବଶ୍ୟକତା ସହ ସଡକ ସୁରକ୍ଷା ନେଇ କିଭଳି ସଚେତନତା ଅବଲମ୍ବନ କରାଯିବ ସେ ନେଇ ଛାତ୍ରୀଛାତ୍ରଙ୍କୁ ଏଠାରେ ପରାମର୍ଶ ଦିଆଯାଇଥିଲା। ଏ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗକୁ ପରିବାର ଏବଂ ଅନ୍ୟମାନଙ୍କ ସହ ଶେୟାର କରିବା ଲାଗି ଛାତ୍ରୀଛାତ୍ରଙ୍କୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ କମ୍ପାନୀର ରାଜ୍ୟ ମୁଖ୍ୟ ଅଜିତ କୁମାର ପଣ୍ଡା, ଏରିଆ ଇନ୍‌ଚାର୍ଜ ରଜନୀଶ ଜଶ୍ୱାଲ, ଟ୍ରାଫିକ ଟ୍ରେନିଂ ପାର୍କର ଅଧିକାରୀ ଏବଂ ସ୍କଲଗୁଡିକର ଶିକ୍ଷକ,ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ସଡକ ନିରାପତ୍ତାକୁ ଧ୍ୟାନରେ ରଖି ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିବା କମ୍ପାନୀ ସୂଚନା ଦେଇଛି।

Share