Categories: ବାଣିଜ୍ୟ

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ଶିଶୁଦିବସ ପାଳନ

ଭୁବନେଶ୍ୱର,୧୭-୧୧: ହୋଣ୍ଡା ଟୁହ୍ବିଲର୍ସ ଲିମିଟେଡ ପକ୍ଷରୁ ସାରା ଦେଶରେ ୧୪ ଟ୍ରାଫିକ ଟ୍ରେନିଂ ପାର୍କରେ ଶିଶୁ ଦିବସ ପାଳନ କରାଯାଇଛି। ଭାରତୀୟ ସଡକକୁ ସୁରକ୍ଷିତ କରିବା ଏବଂ ପିଲାମାନଙ୍କ ମଧ୍ୟରେ ନିରାପତ୍ତାକୁ ନିଶ୍ଚିତ କରିବା ଲାଗି କମ୍ପାନୀ ପକ୍ଷରୁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ‘ବ୍ଲାଇଣ୍ଡ ସ୍କଟରୁ ସୁରକ୍ଷିତ ରୁହନ୍ତୁ’ ବିଷୟ ଉପରେ ୫ରୁ ୧୦ ବର୍ଷ ପିଲାଙ୍କ ମଧ୍ୟରେ ଏହି ଉତ୍ସବକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଇଛି। ଏହି ସମୟରେ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟିକୁ କମ୍ପାନୀ ଧ୍ୟାନରେ ରଖିଛି। ଭୁବନେଶ୍ୱର ସମେତ ଦେଶର ୧୪ ଟ୍ରାଫିକ ଟ୍ରେନିଂ ପାର୍କରେ ୧ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏଥିରେ ଭାଗ ନେଇଥିଲେ। ଛାତ୍ରୀଛାତ୍ର ସ୍କୁଲକୁ ଯିବା ବେଳେ କିମ୍ବା ଅଭିଭାବକଙ୍କ ସହ ଯାତ୍ରା ବେଳେ ବ୍ଲାଇଣ୍ଡ ସ୍କଟକୁ ଚିହ୍ନଟ କରିବା ଲାଗି ଏହି ଅବସରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏକ ଦାୟିତ୍ୱବାନ କର୍ପୋରେଟ ଭାବେ ସଡକ ସୁରକ୍ଷାକୁ ଗୁରୁତ୍ୱାରୋପ କରିଥିବା ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡର ବ୍ରାଣ୍ଡ ଓ ଯୋଗାଯୋଗ ଉପସଭାପତି ପ୍ରଭୁ ନାଗରାଜ କହିଛନ୍ତି।

Share