ହୋମଗାର୍ଡଙ୍କୁ ଭେଟିଲା ଆମ୍ବେଦକର ବିକାଶ ପରିଷଦ

ରତ୍ନଗିରି,୧୯ା୧୦(ଡି.ଏନ୍‌.ଏ.): ବରୀ ବ୍ଲକ ଅନ୍ତର୍ଗତ ଅଟିରା ପଞ୍ଚାୟତର ଓଉପଡା ଗ୍ରାମର ହୋମଗାର୍ଡ ରଞ୍ଜନ କୁମାର ମଲ୍ଲିକଙ୍କୁ ଶୁକ୍ରବାର ଆମ୍ବେଦକର ବିକାଶ ପରିଷଦର ସଦସ୍ୟ ଭେଟିଛନ୍ତି। ନ୍ୟାୟ ପ୍ରଦାନ ଦିଗରେ ତାଙ୍କ ସହ ଆମ୍ବେଦକର ଲଢେଇ ଜାରି ରଖିବ ବୋଲି ପରିଷଦର କର୍ମକର୍ତ୍ତା କହିଛନ୍ତି। ଗତ ୯ା୧୦ା୧୯ରେ ହୋମଗାର୍ଡ ରଞ୍ଜନଙ୍କୁ ବରୀ ବିଧାୟିକାଙ୍କ ସ୍ବାମୀଙ୍କ ସମେତ ଅନ୍ୟ ଦୁଇ ସହଯୋଗୀ ବ୍ୟାନର ଚିରାଘଟଣାକୁ ନେଇ ଜାତିଆଣା ମନ୍ତବ୍ୟ ଏବଂ ହତ୍ୟା ଧମକ ଦେଇଥିଲେ। ଏ ନେଇ ରଞ୍ଜନ ବରୀ ରାମ ଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ଥାନରେ ମାମଲା ରୁଜୁ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରି ନାହିଁ। ଏ ନେଇ ଆମ୍ବେଦକର ବିକାଶ ପରିଷଦ ସମସ୍ତ ସଭ୍ୟ ହୋମଗାର୍ଡ ରଞ୍ଜନଙ୍କୁ ଭେଟିଛନ୍ତି। ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଘଟଣାର ଦୃଢ ନିନ୍ଦା କରବା ସହ ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ଥାନା ଘେରାଉ ସହିତ ରାଜରାସ୍ତାରେ ଆନ୍ଦୋଳନ ପାଇଁ ପରିଷଦ ପକ୍ଷରୁ କୁହାଯାଇଛି। ପରିଷଦର ବରିଷ୍ଠ ସଭ୍ୟ ରବୀନ୍ଦ୍ର ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ଗମୁ ସମିତି ସଭ୍ୟ ଅଙ୍କୁର ମଲ୍ଲିକ, ସରପଞ୍ଚ ସମୀର ମଲ୍ଲିକ, ସରପଞ୍ଚ ରମାକାନ୍ତ ମଲ୍ଲିକଙ୍କ ସମେତ ବହୁ ଦଳିତ ନେତା ଯୋଗ ଦେଇଥିଲେ।

Share