ହୋମଗାର୍ଡଙ୍କ ପାଇଁ ଖୁସି ଖବର: ମାନ୍ୟତା ବଢ଼ାଇ ଦରମା ଦେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ହୋମଗାର୍ଡଙ୍କ ପାଇଁ ଖୁସି ଖବର। ହୋମଗାର୍ଡଙ୍କ ମାନ୍ୟତା ବଢ଼ାଇ ଦରମା ଦେବାକୁ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁୟାରୀ ୧ରୁ ପିଛିଲା ଭାବେ ଦୈନିକ ୫ ଶହ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାସକ ମଧ୍ୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଲାଗୁ କରିବାକୁ କହିଥିବା ସୂଚନା ମିଳିଛି।
୨୦୧୬ରେ ହୋମଗାର୍ଡଙ୍କୁ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସର୍ବନିମ୍ନ ପୋଲିସ କର୍ମଚାରୀଙ୍କ ଦରମା ତତୁଲ୍ୟ ଦେବାକୁ କହିଥିଲେ। ୮ଟି ରାଜ୍ୟ ଏହାକୁ ଲାଗୁ କରିଥିଲେ ହେଁ ଓଡ଼ିଶା କରି ନ ଥିଲା। ଏହାକୁ ଚ୍ୟାଲେଞ୍ଜ କରି ହୋମଗାର୍ଡ ହାଇକୋର୍ଟ ଯାଇଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ହୋମଗାର୍ଡଙ୍କ ମାନ୍ୟତା ବଢ଼ାଇ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ରାଜ୍ୟରେ ମୋଟ ୧୭,୬୭୫ ହୋମଗାର୍ଡ ଉପକୃତ ହେବେ ବୋଲି ଜଣାପଡ଼ିଛି।

Share