Categories: ଜାତୀୟ

ହୋମଗାର୍ଡ ଦୁର୍ନୀତିରେ ଯୋଗୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ,୩।୧୨: ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରରେ ହୋମଗାର୍ଡ ବିଭାଗରେ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। ଉକ୍ତ ବିଭାଗରେ ପୋଲିସ କର୍ମଚାରୀ ମିଛ ଉପସ୍ଥାପନ ଦେଖାଇ କୋଟି କୋଟି ଟଙ୍କା ହଡପ କରିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ହୋମଗାର୍ଡ ବିଭାଗର ଡିଜି ଗୋପାଳ ମୀନାଙ୍କୁ ଯୋଗୀ ନିଲମ୍ବିତ କରିଛନ୍ତି। ତାଙ୍କ ସ୍ଥାନରେ ଆନନ୍ଦ କୁମାରଙ୍କୁ ହୋମଗାର୍ଡ ଡିଜିର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଉତ୍ତରପ୍ରଦେଶ ସରକାରଙ୍କ ଗୃହ ସଚିବ ଅବନୀଶ କୁମାର ଅବସ୍ତି ଏନେଇ ଏକ ନିର୍ଦ୍ଦେଶ ଜାରି କରିଛନ୍ତି।

Share