ହୋମ୍‌ମେଡ ଫେସିଆଲ୍‌

ଏବେ ବିବାହ ସିଜନ୍‌ ଚାଲିଛି। ମହିଳାମାନେ ନିଜ ସୌନ୍ଦର୍ଯ୍ୟକୁ ବଢ଼ାଇବାକୁ ହେଲେ ସେମାନେ ପାର୍ଲର ଯିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଆପଣ ଘରେ ଏକ ଉପାୟ ଆପଣାଇ ପାର୍ଲର ପରି ଲୁକ୍‌ ପାଇପାରିବେ। ଆପଣ ହଳଦୀ ଓ ବାଦାମରେ ପ୍ରସ୍ତୁତ ହୋମମେଡ୍‌ ଫେସିଆଲ୍‌ ବ୍ୟବହାର କରିପାରନ୍ତି। ହଳଦୀ ଆଣ୍ଟିଅକ୍ସିଡାଣ୍ଟର କାମ କରିଥାଏ ଓ ବାଦାମ ଏହାକୁ ସଫ୍ଟ କରିଥାଏ। ତେବେ ହୋମ୍‌ମେଡ୍‌ ଫେସିଆଲ ପ୍ରସ୍ତୁତ କରିବାର ଉପାୟ ବିଷୟରେ ଆସନ୍ତୁ ଜାଣିବା..

ଆବଶ୍ୟକ ସାମଗ୍ରୀ
ଏକ ଚାମଚ ହଳଦୀ, ଏକ ଚାମଚ ମହୁ, ଅଧାଚାମଚ ଲେମ୍ବୁରସ, ଅଧାଚାମଚ ଏଲୋଭେରା ଜେଲ୍‌ ଓ ଏକ ଚାମଚ ଦହିକୁ ନେଇ ଭଲଭାବେ ମିଶାଇ ଦିଅନ୍ତୁ।
ବ୍ୟବହାର କରିବାର ଉପାୟ
ଗୋଲ୍ଡ ଫେସିଆଲ ପ୍ରସ୍ତୁତ କରିବା ପୂର୍ବରୁ ଭଲଭାବେ ମୁହଁକୁ ସଫାକରନ୍ତୁ। ମୁହଁକୁ କ୍ଲିନ୍‌ କରିବାକୁ ହେଲେ କଞ୍ଚାକ୍ଷୀର ବ୍ୟବହାର କରନ୍ତୁ। ଯଦି ଆପଣଙ୍କ ଫେସ୍‌ ଅଏଲି ହୋଇଥାଏ ତେବେ ଆପଣ ରୋଜ୍‌ ଓ୍ବାଟରର ସହାୟତା ନେଇ ମୁହଁକୁ ସଫା କରିପାରିବେ। ଆପଣଙ୍କୁ ଏହି ପ୍ୟାକ୍‌ର ସହାୟତା ନେଇ ମୁହଁକୁ ସ୍କ୍ରବିଂ କରିବାକୁ ହେବ। ଏଥିପାଇଁ ଆପଣ ଏହି ପ୍ୟାକ୍‌ରେ ଚାଉଳଗୁଣ୍ଡ କିମ୍ବା ବେସନ ମିଶାନ୍ତୁ। ସ୍କ୍ରବିଂ ପୂର୍ବରୁ ମୁହଁକୁ ବାଦାମତେଲ ସାହାଯ୍ୟରେ ମସାଜ୍‌ କରନ୍ତୁ। ମସାଜ୍‌ ପରେ ସ୍କ୍ରବ୍‌ କରନ୍ତୁ। ସ୍କ୍ରବିଂ ପରେ ମୁହଁକୁ ନଖଉଷୁମ ପାଣିରେ ଧୋଇଦିଅନ୍ତୁ। ଏହାପରେ ଲଗାନ୍ତୁ ଫେସ୍‌ପ୍ୟାକ୍‌। ଏହା ସମ୍ପୂର୍ଣ୍ଣ ଶୁଖିଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଶୁଖିବା ପରେ ଏହାକୁ ହାଲ୍‌କା ହାତରେ ଘଷି ମୁହଁରୁ ଛଡ଼ାଇଦିଅନ୍ତୁ। ଆପଣ ମଧ୍ୟ ବାଦାମତେଲ ଦ୍ୱାରା ମୁହଁକୁ ଭଲଭାବେ ମସାଜ୍‌ କରିପାରିବେ।