ହୋମ୍‌ କ୍ୱାରାଣ୍ଟାଇନ୍‌ରେ ବୃଦ୍ଧାଙ୍କ ମୃତ୍ୟୁ, ସ୍ବାବ୍‌ ନମୁନା ପରୀକ୍ଷା ହୋଇ ନ ଥିବାରୁ ମୃତଦେହ ନିକଟକୁ ଗଲେନି ଗ୍ରାମବାସୀ

ଦେବଗଡ଼,୧୮।୫:  ଦେବଗଡ଼ ଥାନା ତଥା ବାରକୋଟ ବ୍ଲକ ଅନ୍ତର୍ଗତ ଘୁରୁଡୁଖମଣ ଗ୍ରାମରେ ହୋମ କ୍ୱାରାଣ୍ଟାଇନ୍‌ରେ ଥିବା ଜଣେ ବୃଦ୍ଧାଙ୍କର ରବିବାର ମୃତ୍ୟୁ ଘଟିଛି। ବୃଦ୍ଧାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ କିଛିଦିନ ତଳେ ଗୋଡ ଭାଙ୍ଗିଥିବାରୁ ସଂକ୍ରମଣଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ଖବର ମୁତାବକ ଘୁରୁଡୁଖମଣ ଗ୍ରାମର ସ୍ବର୍ଗତ ସୁଦାମ ଚରଣ ପ୍ରଧାନଙ୍କ ସ୍ତ୍ରୀ ସୂର୍ଯ୍ୟମଣି(୬୫)ଗତ ୧୨ତାରିଖ ରାତିରେ ଝାଡ଼ଖଣ୍ଡ ଚାଇଁବସା ଅଞ୍ଚଳରୁ ନିଜ ଗ୍ରାମ ଘୁରୁଡୁଖମଣ ଫେରିଥିଲେ। ଏହାର ପରଦିନ ସକାଳେ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ତାଙ୍କ ଘରକୁ ଯାଇ ସମ୍ପୃକ୍ତ ବୃଦ୍ଧା ଓ ତାଙ୍କ ପରିବାର ଲୋକଙ୍କୁ ଡାକ୍ତରଖାନା ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ପରାମର୍ଶ ଦେବାସହ ବିଜୟନଗର ସରପଞ୍ଚ ଦେବକାନ୍ତ ନାୟକଙ୍କୁ ଜଣାଇଥିଲେ। ସରପଞ୍ଚ ନାୟକ ଏ ସମ୍ପର୍କରେ ଜିଲା ପ୍ରଶାସନକୁ ସୂଚନା ଦେବାସହ ସୂର୍ଯ୍ୟମଣିଙ୍କୁ ହୋମ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଥିଲେ ହେଁ ତାଙ୍କ ଘରେ ବିଧିବଦ୍ଧଭାବେ ନୋଟିସ ଲଗାଇ ନ ଥିଲେ। ତେବେ ପରୀକ୍ଷା ନିମନ୍ତେ ସୂର୍ଯ୍ୟମଣିଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯିବା ପୂର୍ବରୁ ରବିବାର ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଅସୁସ୍ଥ ହୋଇପଡିଥିଲେ। ସୂଚନା ପାଇ ଅଙ୍ଗନୱାଡି କର୍ମୀ ତାଙ୍କ ଘରକୁ ଆସିବାର କିଛି ସମୟ ପୂର୍ବରୁ ସୂର୍ଯ୍ୟମଣିଙ୍କର ମୃତ୍ୟୁ ଘଟିଥିଲା। ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ। ଏପରି କି ସାହି ପଡ଼ିଶା ଓ ଜାତି ସମାଜ ଲୋକେ ତାଙ୍କ ପାଖକୁ ଆସିବାକୁ ମନା କରିଥିଲେ। ଅନ୍ୟପକ୍ଷରେ ବୃଦ୍ଧା ଜଣକ ରାଜ୍ୟ ବାହାରୁ ଫେରିଥିଲେ ହେଁ ତାଙ୍କୁ ବିଧିବଦ୍ଧ ଭାବେ ସରକାରୀ କ୍ୱାରାଣ୍ଟାଇନରେ ରଖା ନ ଯିବା ଏବଂ ଫେରିବାର ୪/୫ ଦିନ ବିତିଯାଇଥିଲେ ହେଁ ତାଙ୍କର ସ୍ବାବ୍‌ ନମୁନା ପରୀକ୍ଷା କରାଯାଇ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବାରକୋଟ ବିଡିଓ ଟୁନୁ ମେହେରଙ୍କଠାରୁ ଖବର ପାଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଦଳ ସେଠାକୁ ଯାଇ ଫେରି ଆସିଥିବା ଜଣାପଡିଛି। ଗ୍ରାମବାସୀ ଓ ସମ୍ପର୍କୀୟମାନେ ମୃତଦେହ ଛୁଇଁବାକୁ ମନା କରୁଥିବା ଏବଂ ବ୍ୟବଚ୍ଛେଦ କରିବାକୁ ଅଡି ବସିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତଦେହ ସେଠାରେ ପଡିରହିଛି। ସୂଚନା ପାଇ ଦେବଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟଙ୍କୁ ପଚାରିବାରୁ ଗୋଡ଼ ଭାଙ୍ଗି ଯାଇଥିବା କାରଣରୁ ବୃଦ୍ଧାଙ୍କ ଶରୀର ସଂକ୍ରମିତ ହୋଇଯିବା ଫଳରେ ମୃତ୍ୟୁ ଘଟିଛି। ତେଣୁ ମୃତଦେହ ବ୍ୟବଚ୍ଛେଦର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ କି ଦୁଇଟି ନୁହେଁ…ଓଲା ଆଣିବ ୧୨ ଇଲେକ୍ଟ୍ରିକ୍‌ ୨ ଚକିଆ ଯାନ; କମ୍ପାନୀର ବଡ଼ ଯୋଜନା…

ନୂଆଦିଲ୍ଲୀ,୬।୪: ଇଲେକ୍ଟ୍ରିକ ସ୍କୁଟର ଏବଂ ବାଇକ୍‌ ତିଆରି କରୁଥିବା କମ୍ପାନୀ Ola Electric ଏକ ଜବରଦସ୍ତ ପ୍ଲାନ ପ୍ରସ୍ତୁତ କରିଛି। ନିକଟରେ ଏହାର ନୂତନ ଇଲେକ୍ଟ୍ରିକ...

୭ ବର୍ଷରେ ୨୦ଥର ବିବାହ କରି ଚର୍ଚ୍ଚାରେ ଏହି ଯୁବତୀ, ଦୈନିକ ରୋଜଗାର କରୁଛନ୍ତି ୧୭ ହଜାର

ବେଜିଂ: ସମ୍ପ୍ରତି ଚାଇନାରେ ସାମାଜିକ ଚାପର ମୁକାବିଲା ପାଇଁ ଛଦ୍ମ ବିବାହର ଧାରା ଆରମ୍ଭ ହୋଇଛି। ଦକ୍ଷିଣ ପଶ୍ଚିମ ଚାଇନାର ଚେଙ୍ଗଦୁ ସହରର କାଓ ମେଇ...

ଷ୍ଟେଜ୍‌ ଉପରେ ହସିହସି ବିଦାୟୀ ଭାଷଣ ଦେଉଥିଲେ ଛାତ୍ରୀ , ହଠାତ୍‌ ଟଳିପଡ଼ିଲେ, ଭାଇରାଲ ହେଉଛି ମୃତ୍ୟୁର ଲାଇଭ୍‌ ଭିଡିଓ…

ମୁମ୍ବାଇ,୬ା୪: ମହାରାଷ୍ଟ୍ରର ଧାରାଶିବ୍‌ରୁ ଏକ ହୃଦୟବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏଠାରେ ଛାତ୍ରୀ ଜଣକ ବିଦାୟ ସମାରୋହରେ ମଞ୍ଚ ଉପରେ ଖୁବ୍‌ ହସିହସି ଭାଷଣ ଦେଉଥିଲେ।...

ଲଣ୍ଡନର ହାର୍ଟ ସର୍ଜନ କହି ପାଇଥିଲେ ଚାକିରି, ସର୍ଜରୀ ବେଳେ ୭ ରୋଗୀଙ୍କୁ ମାରିଦେଲେ…

ଦମୋହ,୬।୪: ମଧ୍ୟପ୍ରଦେଶର ଦମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

‘BJPରେ ମିଶିବାକୁ ଚାହୁଁଛନ୍ତି ରାଜ୍ୟର ସବୁ BJD ନେତା’

ଭୁବନେଶ୍ୱର,୬।୪: ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡିରେ ସବୁକିଛି ଠିକ୍‌ ଚାଲିନାହିଁ। ଓ୍ବକଫ୍‌ ବିଲ୍‌କୁ ନେଇ ଦଳୀୟ ମୁଖ୍ୟ ଆଭିମୁଖ୍ୟ ସ୍ପଷ୍ଟ କରିବା ସତ୍ତ୍ୱେ ଏମ୍‌ପି...

ଏସବୁ ଖାଦ୍ୟରେ ମିଶାନ୍ତୁନି ଲୁଣ, ନ ହେଲେ…

ଲୁଣ ବିନା ଖାଦ୍ୟ ସ୍ବାଦିଷ୍ଟ ଲାଗେ ନାହିଁ। ଲୁଣ କେବଳ ଖାଦ୍ୟର ସ୍ବାଦ ବଢ଼ାଏ ତାହା ନୁହେଁ ବରଂ ଶରୀରରେ ଆୟୋଡିନର ଅଭାବକୁ ମଧ୍ୟ ରୋକେ।...

‘ନବୀନ ଏବେ ବି ଗୃହବନ୍ଦୀ’

ଭୁବନେଶ୍ୱର,୬।୪: କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଆଗତ ହୋଇଥିବା ଓ୍ବକଫ୍‌ ବିଲ୍‌କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ବିଲ୍‌କୁ ବିଜେଡି ସମର୍ଥନ ଦେବ...

ଅନ୍ତଃବସ୍ତ୍ର ପିନ୍ଧି ନ ଥିଲେ ହେବ ଜେଲ୍‌ , ଗଣିବାକୁ ପଡିବ ଜରିମାନା

ପ୍ରତ୍ୟେକ ଦେଶର ଏକ ଭିନ୍ନ ଆଇନଗତ ବ୍ୟବସ୍ଥା ଅଛି ଏବଂ ଅନେକ ପ୍ରକାରର ଆଇନ ଅଛି। ଭାରତ ଅନୁସାରେ ଏପରି ଅନେକ ସହର ଅଛି ଯେଉଁଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image